ବାପା

 ତମେ ମୋ ଛାତ

ତମେ ମୋ ଭୂମି
ପ୍ରତି ପାଦ ପକେଇବାରେ ତମେ ଶକ୍ତି
ସ୍ବପ୍ନ ଦେଖେ ମୁଁ
ହେଲେ ସେଇ ସ୍ବପ୍ନକୁ ସାକାର କରିବାର ଅସଲି ବିନ୍ଧାଣୀ ତମେ
ଆଶା ଆକାଂକ୍ଷାର ପ୍ରତୀକ ଟେ ତମେ
କଷ୍ଟସବୁକୁ ପିଠିରେ ଲୁଚେଇ
ଓଠରେ ହସ ଫୁଟେଇବାର ମଣିଷ ତମେ
ମୋ ଛୋଟ ଛୋଟ ସଫଳତାର
ପରଦା ପଛର ନାୟକ ତୁମେ
ଆଗକୁ ଠେଳିବାର ହାତଟିଏ ତୁମେ।

2 Comments

Post a Comment
Previous Post Next Post