ବିଶ୍ୱାସରୁ ବିବେକ
~ବିଷ୍ଣୁ ନାରାୟଣ ମହାନନ୍ଦ
ସେ ବିଜ୍ଞାନର ଛାତ୍ରୀ, ମୁଁ ଓଡିଆ ସାହିତ୍ୟର ଛାତ୍ର।
କ୍ୟାମ୍ପସରେ ପ୍ରଥମ ତର୍କ
ଦିନେ ସନ୍ଧ୍ୟାରେ କଲେଜ କ୍ୟାମ୍ପସର ବେଞ୍ଚରେ ବସିଥିବା ସମୟରେ ମୁଁ କହିଦେଲି —
“ତମ ଖୋସାରେ ମଲ୍ଲୀ ଗଜରାଟେ ବହୁତ ସୁନ୍ଦର ଲାଗୁଛି।
ଯଦି ଚନ୍ଦ୍ର-ତାରା ଆଣି ଖୋସିଦେଲେ, ତୁମେ ପରୀ ପରି ଲାଗିବ।”
ସେ ରାଗରେ ଉତ୍ତର ଦେଲା —
“ତୁମେ କବିମାନେ ସବୁବେଳେ ମିଛି ମିଛି ସ୍ବପ୍ନ ଦେଖାଅ, ଅସମ୍ଭବ କଥା କହି ମନକୁ ଭୁଲାଅ।”
ତାପରେ ଛୋଟ ତର୍କ ହେଲା।
ମୁଁ ତା’କୁ ନିରିଖି କହିଲି —
“ଏଇ କାଲି ଯୋଉ ଦର୍ଶନରେ ଯାଇଥିଲ, ସେଇ ଭଳି କେବେ ଡାକ୍ତରୀ ବିଜ୍ଞାନରେ ସର୍ଜରି ଦେଖିଛ, ଶୁଣିଛ, ଅଥବା ପଢିଛ କି?
Reproduction ବିଷୟରେ ତୋ ଜାଣିଛ। ଛୁଆ ଦେହର ମଇଳାରୁ ଆଉ ଦଳିତ ପାଦରୁ ଜନ୍ମ ନିଏ କି?”
ସେ ଭାବିଲା ମୁଁ ତା’ର ଆସ୍ଥାକୁ ପ୍ରଶ୍ନ କରୁଛି। ରାଗରେ କହିଦେଲା —
“ଯାଅ, ମୁଁ ତମ ସହ କଥା ହେବିନି।”
ଏଭଳି କହି, ମୋର ଛାତିକୁ ଠେଲିଦେଇ ଚାଲିଗଲା।
ଦୂରତା ଓ ଅଭିମାନ
ସେଇ ରାତିରେ Dinner ପାଇଁ call କଲି, message କଲି — କିନ୍ତୁ କୌଣସି ଉତ୍ତର ଆସିଲାନି।
Libraryରେ ତା’ ସାଙ୍ଗ ମାଧ୍ୟମରେ ଜାଣିଲି, ସେ କାନ୍ଦି କାନ୍ଦି bedରେ ଶୋଇ ପଡିଛି।
ମୁଁ Amul Parlourରୁ ତା’ favourite burger ଓ french fries ପଠେଇଦେଲି। କିନ୍ତୁ ସେ ରାଗରେ tableରେ ଠୁଲାଇ ଦେଇଥିଲା।
ସକାଳ 9ଟାରେ କ୍ଳାସ ଯିବା ସମୟରେ ତା’ ବାବଦରେ ତା’ ସାଙ୍ଗକୁ ପଚାରିଲି। ସେ କହିଲା —
ଖାଇବା ଜିନିଷ ସେମିତି ପଡି ରହିଛି, କ୍ଳାସ ପାଇଁ କହିଲାରୁ ଯିବିନି କହିଲା, ଆଉ ସେମିତି ପଡିଥିଲା bedରେ।
ତା’ ପରଦିନ Lunch ପାଇଁ call କଲାରୁ messageରେ କହିଲା —
“Zomatoରୁ କିଛି ଖାଇ ନେଇଛି।”
ବୋଧେ ରାଗ ଅଭିମାନ ଅଛି ଭାବି Okay କହି Dinning Hall ଗଲି ଖାଇବା ପାଇଁ।
ମନ ମୋର ଟିକେ ଭଲ ଲାଗୁନଥିଲା, ତେଣୁ ଅଳ୍ପ ଖାଇକି ଆସିଲି।
ଅପେକ୍ଷିତ ଡାକ
ସନ୍ଧ୍ୟା ସମୟ। ମୁଁ research proposal ଲେଖୁଥିଲି।
ହଠାତ phone ବାଜିଲା — ଚିତ୍ରା call କରୁଛି।
ସେ କହିଲା —
“ଆଜି ବାହାରେ ଖାଇଲେ ହୁଅନ୍ତା ନି କି? 15 minutesରେ library ସାମ୍ନାକୁ ଆସ।”
ଲାଇବ୍ରେରୀ ଆଉ ତା’ hostel ସାମନା ସାମନି।
ମୁଁ ଭାବିଲି ସେ apology କହିବ।
କିନ୍ତୁ library ସାମ୍ନାରେ ସେ ଆସିଲା, ମୋତେ କୁଣ୍ଡେଇ ଧରି କହିଲା —
“Sorry ବିବେକ, ମୁଁ ତୁମକୁ ଭୁଲ ବୁଝିଥିଲି। ମୁଁ ଅନୁତପ୍ତ। ତୁମେ ମୋତେ ଠିକ ଭୁଲ ବୁଝିବାକୁ ସହାୟତା କରିଛ।”
ପୁନର୍ମିଳନ
ସେଇ ସନ୍ଧ୍ୟାରେ ଆମେ Chembur Nakaର Chhote Nawab Restaurantକୁ ଗଲୁ, ପରେ beachରେ ଘୁରିଲୁ।
ଅନେକ କଥା, ଅନେକ ହସି ଚାଲିଲା ସେଠି।
ସେଇ ଭିତରେ ସେ ପ୍ରସ୍ତାବ ଦେଲା —
ଆସନ୍ତା ସପ୍ତାହରେ ଆମେ Airoliରେ ଥିବା Dr. Ambedkar Memorial ବୁଲି ଯିବା।
ମୁଁ ହଁ କହି ମନେ ମନେ ଭାବିଲି —
ବୋଧେ ମୋ Instagramରେ ଆମେ ସେଠି ହେଇଥିବା ଫଟୋ ସବୁ ଦେଖିଥିବ।
ବିଳମ୍ବିତ ରାତିରେ campusକୁ ଫେରିଲୁ।
ନୂଆ ସକାଳ
ପରଦିନ ସକାଳେ ସେ call କରି କହିଲା —
“ମୁଁ breakfast ପାଇଁ ତୁମକୁ ଅପେକ୍ଷା କରୁଛି।
ଏକାସାଥିରେ ଖାଇ classକୁ ଯିବା।”
ମୋ ରୁମ campusକୁ 10 ମିନିଟ ଲାଗେ, ଖାଇବା Dining Hallରେ ହୁଏ,
ଯେହେତୁ ମୋର DH membership ଅଛି।
ମୁଁ କହିଲି —
“ମୋର ବିଳମ୍ବ ହେବ, ତେଣୁ ତମେ ଖାଇକି କ୍ଳାସ ଯାଅ।”
ସେ କହିଲା —
“ବିଳମ୍ବ ହେଉ, ପଛେ ମୁଁ ଅପେକ୍ଷା କରୁଛି।
ତମେ ଆସ, ମିଶିକି breakfast ଖାଇ class ଯିବା।”
ମୁଁ ତରବରରେ ଫ୍ରେଶ ହେଇକି ଆସିଲି।
ମୁଁ ତାକୁ ଜାଣିଛି, ଟିକେ ବିଳମ୍ବ କଲେ, ମୁହଁ ଖଟା କରେ।
ମୁଁ dining hallକୁ ପହଞ୍ଚିଲି।
ଅନ୍ତିମ ଦୃଶ୍ୟ
DHରେ ଖାଇ ସାରିକି କ୍ଳାସ ଗଲା ବେଳେ ତାକୁ ଲକ୍ଷ୍ୟ କରିଦେଖିଲି —
ସେ ତା’ର ଗଳାରୁ ଲକେଟଟା ବାହାର କରିଦେଇଛି,
ଆଉ ପାଦର କଳା ସୂତାଟାକୁ ମଧ୍ୟ।
*****