ଅପାସୋରା ପ୍ରେମ: ବିଷ୍ଣୁ ନାରାୟଣ ମହାନନ୍ଦ

 ଅପାସୋରା ପ୍ରେମ

-------******---------


ଡଙ୍ଗର ରାନୀ ମୋର ସଜନୀ
କାଁଏଜେ ମୁହୁକେ ଦେଇଛ ଫୁଲେଇ,
ଫେର୍ ଘାଏ ଖିଲଖିଲାମା
ଭିଡିଓ କଲ ଥି ଉଭା ହିଅ ଭୂତ ହେଇ।
କାଣା ଥିଲା ମୋର ଦୋଷ ଗୁନା
ଏତେ ଦୂରକେ ଗଲ ପଲେଇ,
ଏତେ କୋଶ ଦୂର ଯେ
ମୋର ହାତ ନାଇ ହୁଏ ଲଁପେଇ।
ନାଇ ଥାଇ ତମେ ରକ୍ତ ସମ୍ପର୍କର
ଭାବର ବନ୍ଧନେ ଦେଇଥିଲ ବାନ୍ଧି,
ସମ୍ପର୍କ ଆମର ଗଭୀର ହେଇଥିଲା
ବନ୍ଧୁତାର ବନ୍ଧନେ ହେଇଥିଲୁ  ଛନ୍ଦି।
ଏତେ ଦିନର ସମ୍ପର୍କ ଆମର
କେନ୍ତା ଭୁଲମି ନାଇ ପାରୁଛେ ଜାନି,
ଟାକିଛେ,ଇଛେନ ବି ଫେରିଆସ
ତମର ବାଟକେ ହଉଛେ ହୁରଗୁନି।
ବିଧିର ବିଧାନ ଏନ୍ତା ହେବା ବୋଲି
ନାଇ ଥାଇ ମୋତେ ଜନା,
ପହେଲା ଦେଖା ତ ନାଇ ହେଇପାରି
ଶେଷକେ ବି ଶେଷ ଦର୍ଶନ ମନା।
#ତମସ୍ମୃତିରେ
#ମନକଥା
#କଥା_ହୃଦୟର
@ ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post