ନୀରବ ରାତି ଆଉ ମୁଁ

 ବେଳେ ବେଳେ ଲାଗେ

ନିରବ ରାତି ହିଁ ନିଜର ଲାଗେ

ଦୁଇ ଟୋପା ଅଶ୍ରୁଧାର ନିଗାଡି ଦେବାକୁ,

ଜୀବନ ଗଣିତର ଜଟିଳ ସମୀକରଣକୁ ସମାଧାନ କରିବା ପାଇଁ ମିଲେ ସମୟ।

ଚାନ୍ଦ ଆଉ ନିରବ ରାତି ସହ କଥା ହବାକୁ ଉତ୍କୃଷ୍ଟ ସମୟ।

କଳା ବାଦଳରେ ଚମକୁ ଥିବା ଜହ୍ନର ଜୋଛନା ଆଉ ତାରକାମାନଙ୍କର ଉଜ୍ବଳତାକୁ ଦେଖି ମୁରୁକୁ ହସ ଫୁଟେ ମୁଖମଣ୍ଡଳେ ସ୍ବଃତ।

~ବିଷ୍ଣୁ ମହାନନ୍ଦ

Post a Comment (0)
Previous Post Next Post