ସେ

 ସମ୍ପର୍କର ସେତୁ ଭାଙ୍ଗିଗଲା ପରେ

ଆମ ଅତୀତ

ପରୀ ରାଇଜର କାହାଣୀ ଅବା ସତ ସତିକା ଘଟଣା ଥିଲା

କିଛି ବୁଝି ହୁଏନି।

ଇଚ୍ଛା ହୁଏ ଯୋଡ଼ି ହେବାକୁ ପୁଣି ଥରେ ତା' ସହ

WhatsApp, Instagram ଅବା facebook ରେ 

ହେଲେ ଏଇ ଜରିଆରେ ପହଞ୍ଚି ପାରେନି 

ସେ ଯେ ଏ ସବୁରୁ ବଞ୍ଚିତ କରିଛି ମୋତେ।

ଏତେ ଦିନ ପରେ ବି ତା' ପାୟଲର ଝଙ୍କାର

ଗୁଞ୍ଜରିତ ହୁଏ ମୋ ଦୁଇ କାନରେ।

ହେଲେ ନା ଏଠିି ବୁଝିବା ଲୋକ ଅଛି ନା ବୁଝାଇବାର ଲୋକ ଅଛି

ବାସ୍ ନିଜକୁ ନିଜେ ଭିଜେଇ ଦିଏ ଲୁହର ବନ୍ୟାରେ।

ଜଣେ ଅଛି ଭାଇ ଠୁ ଆରେକ 

କହେ, "କେବେ କାନ୍ଦିବୁ ଅବା କାନ୍ଦିବାର ମନ ହୁଏ, ମୋତେ ଡାକିବୁ, ଦୁହେଁ ମିଶି କାନ୍ଦିବା"

ଏଇୟା କହି ସେ ଆହୁରି ମୋତେ କନ୍ଦେଇ ଦିଏ।

ମୋ' ଠି ଜୀବନ ଅଛି ସତ

ହେଲେ ବେଳେ ବେଳେ ଲାଗେ ମୁଁ ଜୀବନ୍ତ ନୁହଁ।

ଆମ ଦୁହିଁଙ୍କ ମଧ୍ୟରେ ଯେମିତି ଦୁରତ୍ଵ ବଢ଼ି ବଢ଼ି ଗଲା

ସେମିତି ମୋ' ଠୁ ଶବ୍ଦମାନେ ବି ଦୁରତ୍ଵ ବଜାୟ ରଖିଲେ

ଏବେ ଆଉ ଲେଖି ପାରୁନି ଦୁଇ ଧାଡ଼ି ମୋ ଜୀବନକୁ ଚିପୁଡି ।

.....

ବିଷ୍ଣୁ 


Post a Comment (0)
Previous Post Next Post