ତମେ କେବେ ଦେଖିଛ,
ସତସତିକା ଜିଅନ୍ତା ଭୂତ!?
ମୁଁ କେବେ ବିଶ୍ୱାସ କରେନି
ଭୂତ, ପ୍ରେତ ଆଉ ଆତ୍ମା ଉପରେ
ହେଲେ ଦେଖିଛି ସ୍ବଚକ୍ଷୁରେ
ସତସତିକା ଜିଅନ୍ତା ଭୂତ!
ଯେବେ ଯେବେ ରାତି ଶାନ୍ତିରେ ଶୋଇ ଯାଉଥିଲା
ସେତେବେଳେ ସେ ଜାଗି ଉଠୁଥିଲା
ମୋବାଇଲର ଡିଜିଟାଲ ପରଦାରେ
ବାସ୍ ମୋତେ ଭୂତ ହେଇ ଡରେଇବା ପାଇଁ।
ଡରିବା ବଦଳରେ ମୁଁ ଖିଲି ଖିଲି ହସି ଉଠୁଥିଲି
ଆଉ ମଧ୍ୟ ରାତ୍ରୀରେ ଘର ଲୋକଙ୍କ ନଜରରେ
ଭୂତ ସବାର ହୋଇ ଉଠିଥିଲା ମୋ ଉପରେ।
ପରିବାର ମୋ ସାମ୍ନାରେ ଆସିବା କ୍ଷଣି
ଗୋଟାଏ ସ୍ମିତ ହାସ୍ୟ ଦେଇ
ମୁଁ ଶାନ୍ତ ହେଇ ଯାଉଥିଲି ଆଉ ସେ ବି
ହେଲେ ସେ ପୁଣି ଆରମ୍ଭ କରି ଦଉଥିଲା ତା ବଦମାସୀ
ବଦମାସୀ ତୋ ନୁହେଁ ବରଂ ଥିଲା ତା' ନିତିଦିନିଆ କାର୍ଯ୍ୟ।
କିଛି ଦିନର ଏମିତି ଅସାମାନ୍ୟ ଚିଲ୍ଲେଇବା ପରେ
ପରିବାର ବି ବୁଝିଯାଇଥିଲେ,
ୟାକୁ ସତସତିକା ଜିଅନ୍ତା ଭୂତ ହିଁ ସବାର ହେଇଯାଇଛି।
କେବେ କେବେ
ରାତ୍ରି ଭୋଜନ ଅନ୍ତେ ସେ ଚଳ ଚଞ୍ଚଳ ହୋଇ ଉଠୁଥିଲା ଉଷା କାଳ ଯାଏଁ
ଦିନର କାର୍ଯ୍ୟ ବ୍ୟସ୍ତତା ଭିତରେ କଲ କରି ମନକୁ ଟିକେ ହାଲ୍କା କରିଦେଉଥିଲା
ଯେମିତି ମୋତେ ଜଣେଇବାକୁ ଦେଉନଥିଲା ରାତି ଆଉ ଦିନ କଣ!
ଜଣା ପଡୁନଥିଲା କାମର ବୋଝ କେତେ କଣ!
ଲାଗୁଥିଲା ଯେମିତି କେହି ତୋ ମୋ ସହ ଅଛି
ମୋ ଛାଇଁ ପରି
ମୋତେ ମୋ ପ୍ରତିକ୍ଷଣ ଦୁଃଖ ସୁଖ ପଚାରିବା ପାଇଁ।
କ୍ରମଶଃ...
~ବିଷ୍ଣୁ