ଯଦି ମୁଁ ମରିଯାଏ?

 ଅଣନିଶ୍ୱାସୀ ହେଉଥିଲି

ବ୍ୟବସ୍ଥାର ଅବ୍ୟବସ୍ଥାକୁ ନେଇ,
ଇଚ୍ଛା ହେଉଥିଲା ମରିଯିବାକୁ…

ହେଲେ ମନେ ପକାଉଥିଲି—
ଧୁଳି ଧୁଆଁ ଖାଇ,
ଲୁହ ଲହୁ ନିଗାଡି,
ଆଖିରେ ଆଖିଏ ସ୍ୱପ୍ନ ଦେଖି,
ମୋ ସ୍ୱପ୍ନକୁ ଡେଣା ଭରିଦେଉଥିବା
ସେମାନଙ୍କର ଅବସ୍ଥା କେମିତି ହେବ
ଯଦି ମୁଁ ମରିଯାଏ?

ସେମାନଙ୍କ ମୁହଁରେ
ଟିକେ ହସ ଫୁଟେଇବା ପାଇଁ
ପଲ୍ଲୀରୁ ମହାନଗର
ମୋହମାୟା ଛାଡ଼ି ଆସିଲି—
ସେମାନଙ୍କ ପାଇଁ ନ୍ୟାୟ ହେବ କି
ଯଦି ମୁଁ ମରିଯାଏ?

ଶତାବ୍ଦୀ ଧରି
ଯେମାନଙ୍କ ମୁହଁରେ ହସ ଦେଖିନି,
ସେମାନଙ୍କ ପାଇଁ
ଯେଉଁ ଅସ୍ତ୍ର ତିଆରି କରୁଛି—
ସେ ଅସ୍ତ୍ରରେ ହସ ଭରିଦେବାକୁ,

ସେମାନେ କେବେ
ସେଇ ଅସ୍ତ୍ରକୁ ନେଇ
ମୋତେ ମାଫ କରିପାରିବେ କି,
ଯଦି ମୁଁ ମରିଯାଏ…?

Post a Comment (0)
Previous Post Next Post