No title

  ଜାଣିଛି ପଦ୍ମାଳୟା, ତୁମକୁ ପାଇବାର ଅଦମ୍ୟ ଅଭିଳାଷ କେବଳ ସ୍ୱର୍ଣ୍ଣ ମୃଗ ମରୀଚିକା ସଦୃଶ। ବାଳୁତରେ ମାଆ ସବୁ ଅଳି ଅଝଟ ସମ୍ଭାଳୁଥିଲା, ଭାବିଥିଲି ଏ ଯୌବନରେ ଭୋଗୁଥିବା ମାନସିକ ଯାତନାକୁ ତମେ ମୋ ମାଆ ଭଳି ସମ୍ଭାଳିବ ହେଲେ ସମୟର କି ଲୀଳା କେଜାଣି ତମେ ହଠାତ୍ ଉଭେଇଗଲ ଠିକ୍ ବର୍ଷାର ପାଣି ଫୋଟକା ପରି। ଆଜି ମୋ ଚାରିପଟେ କୋଳାହଳ ତଥାପି ଲାଗେ ଆଜି ମୁଁ ଏକୁଟିଆ ଜୀବନ ମରୁଭୂମିରେ। ପାଣି ଟୋପାଏ ପାଇଁ ହାହାକାର, ତୃଷ୍ଣା ପାଇଁ ତଣ୍ଟି ଶୁଷ୍କ ତୃଣ ସମ। ଉପରେ ସୂର୍ଯ୍ୟଦେବଙ୍କ ପ୍ରକୋପ ଯେମିତି, ଯୋଗକୁ ତମ ଚୁନରି ଭି କୋଉ ପଟେ ଉଭାନ। କାଶ ଥାଆନ୍ତା କି ତମ ଠିକଣା, ଅଣ୍ଡାଳି ଅଣ୍ଡାଳି ଖୋଜି ଥାନ୍ତି ତୁମକୁ ଆଉ ତମ ହାତରୁ ମାଣ୍ଡିଆ ଜାଉ ଢକ ଢକ କରି ପିଇ ନିଅନ୍ତି ଯେମିତି ଶତାବ୍ଦୀର ଭୋକକୁ ମେଣ୍ଟାଉଛି।

Post a Comment (0)
Previous Post Next Post

Literature