କ୍ରାନ୍ତିଜ୍ୟୋତି

 #କ୍ରାନ୍ତିଜ୍ୟୋତି

-ବିଷ୍ଣୁ ନାରାୟଣ ମହାନନ୍ଦ
କେବେ ଦିନେ କ୍ରାନ୍ତିଜ୍ୟୋତି ଟେ ହୋଇ
ଜନମି ଥିଲ ସେ ଅନ୍ଧାରୀ ସମାଜରେ।।
କରେନା ବିଶ୍ବାସ ମୁଁ ଯେ
ଭାଗ୍ୟ କି ଭଗବାନ ରେ..।।
ତଥାପି କହିବି
ଭାଗ୍ୟବାନ ସେ ପାଟିଲ ଦମ୍ପତି
ଯାହା ଗର୍ଭରୁ ଜନମିଲ...
କୋଳ ଉଜ୍ଜ୍ୱଳ କରି।।
ସେଇ ସମାଜ କହୁଥିଲା
ମୁଲଗି କୋ ପଢନା ମନା ହେ।।
ଏକ ଶକ୍ତ ଧକ୍କାରେ
ଭାଙ୍ଗିଦେଲ ସେଇ ଅନ୍ଧବିଶ୍ୱାସ ର ର ପ୍ରାଚୀର।।
ଖାଲି ଶିକ୍ଷିତ ହୋଇନଥିଲ
ଦେଖେଇଥିଲ ଶିକ୍ଷା ର ଆଲୋକ
ତୁମ ପରି କେତେ କେତେ ମୂଲଗି କୁ।।
ଉଜ୍ଜ୍ଵଳ କରିଥିଲ ଅନ୍ଧାରରେ ଥିବା
ସମାଜର କୋଣ ଅନୁକୋଣ କୁ।।
ଏତେ ସହଜ ନଥିଲା ଅନ୍ଧାରକୁ ଜିତିଯିବା
ସହିଥିଲ କେତେ ଯେ ନିର୍ଯ୍ଯାତନା
ଭୋଗିଥିଲ କେତେ କେତେ ତାଡନା
ତଥାପି ଖାତିର କଲନି ସମାଜ ନାଲି ଆଖିକୁ।।
ଆହ୍ବାନ ଦେଇଥିଲ ସଭିଙ୍କୁ
ଉଠ,ଜାଗ୍ରତ ହୁଅ,ଶିକ୍ଷିତ ହୁଅ

Post a Comment (0)
Previous Post Next Post