No title

                                        କିଛି ଶବ୍ଦ    
                         ତମ ପାଇଁ ଗୋ ସଖୀ

-------------*****----------------

କେବଳ ଶବ୍ଦ ନୁହେ ଇଏ 

ଲେଖନୀ ମୋ ତମ ପ୍ରତି ପ୍ରୀତି ,

ମୋ ମନୁ ଝରୁ ଥିବା ପ୍ରତି ଲେଖାରେ 

ରହିଥାଏ ମୋ ପ୍ରିୟାର ଉପସ୍ଥିତି । 

ତମ ପାଇଁ ଗୋ ରାଜନନ୍ଦିନୀ 

ଗଢିପାରିବିନି ଚନ୍ଦ୍ରରେ ନଅର,

ହେଲେ ରଖିବି ତମକୁ ଖୁସିରେ 

ବାଡିରେ କରି କୁଡିଆ ମଚା ଘର । 

ଦେଇପାରିବିନି ନିଃସ୍ଵ ମୁଁ ଯେ 

ସ୍ବର୍ଣ୍ଣ ଥାଳିରେ ତମକୁ  ଆହାର,


 

ଶିଆଳି ଅବା କଦଳୀ ପତ୍ରରେ ବାଢିବା 

କେତେ ସୁସ୍ବାଦୁ ଲାଗିବ ଖାଦ୍ଯ ଆମର । 

ବୁଲେଇ ପାରିବିନି ଚାଷୀ ପୁଅ ମୁଁ ଯେ 

ଚଢି ଘୁଟୁ ଘୁଟୁ ବୁଲେଟ ମଟର,

ସାଇକଳରେ ସରାଗେ ବୁଲିବା 

ଦୁହିଁଙ୍କୁ ଲାଗିବ କେଡେ ସୁନ୍ଦର । 

ଅନ୍ଧ ବିଶ୍ବାସ  ଆଉ ପୂଜା ବ୍ରତ   ଛାଡି 

କର୍ତ୍ତବ୍ୟ ରେ ଆମେ ରହିବା ମଜ୍ଜି,

ପରିବେଶ ପ୍ରତି ସଜାଗ ହେଇ 

ଆନନ୍ଦେ କାଟିବା ଦିନ ପ୍ରକୃତିକୁ ପୂଜି । 

 © ବିଷ୍ଣୁ ନାରାୟଣ ମହାନନ୍ଦ

Post a Comment (0)
Previous Post Next Post