**ଭାଷଣଜୀବୀ ସରକାର**
----------------------------ବାସ୍ ଥାଉ ସରକାର
ତୋ ପୁଳା ପୁଳା ଭାଷଣ
ଆଉ ଆଇଫେଲ ଟାୱାର ଏଡେ ଏଡେ ସ୍ବପ୍ନ
ତୁ ଦେଖେଇ ଥିବା ସ୍ବପ୍ନରେ
ଏତେ ମଜ୍ଜି ଗଲି ଯେ
ହସପିଟାଲର ଫୁଟପାଥରେ
ଆଉ ମୋ ପରି କିଛି ଏବେ
ଲମ୍ବା ଲାଇନରେ
କେତେବେଳେ ମୋ ପାଳି
ଆକୁଳେ ରହିଛନ୍ତି ଅନେଇ।
ବିଦେଶୁ କଳାଟଙ୍କା ଆଣି
ସୁନାର ଭାରତର ସ୍ବପ୍ନ ଦେଖେଇଥିଲୁ
ହେଲେ କଳା ଟଙ୍କା ସବୁ ଧଳା କରି
ଉଭାନ କରେଇଲୁ ପୁଞିପତିଙ୍କୁ
ସୋନାର ବାଙ୍ଗଳା ଲୋକେ
ଠିକ୍ ଜବାବ୍ ଦେଇଛନ୍ତି ଫମ୍ପା ସ୍ବପ୍ନକୁ।
©ବିଷ୍ଣୁ ମହାନନ୍ଦ