ମାନସ - ଶ୍ବେତପଦ୍ମା,କୁଆଡେ ଉଭେଇ ଯାଇଥିଲ ଏତେ ଦିନ ଧରି ?ତମେ ମୋତେ ଭୁଲିପାର ! ହେଲେ ତମେ କୁହ,ସେଇ ମୂହୁର୍ତ୍ତ ଗୁଡିକ କଣ ଭୁଲିପାରିବ ?ବାସ୍, ଥରୁଟିଏ କହିଦିଅ।ଅଥବା କହିଦିଅ ମନ ଖୋଲି, ଆମଜୀବନ ରେଳଗାଡି ତ ଠିକସେ ଛୁକ୍ ଛୁକ୍ ଗଡୁଥିଲା ।କୋଉଠି ମୋର ଭୁଲ ରହିଗଲା ଯେ,ତମେ ଦୂରେଇ ଗଲ ମୋଠୁ ବହୁ ଦୂର ? ମନେଅଛି ନା ତମ ପାଇଁ କବିତା ଲେଖି ତମକୁ ଶୁଣଉ ଥିଲି।ଏବେ ଆଉ ମୋ କଲମରୁ କବିତା ଝରୁନି,ମୋ କଲମ ଏବେ ବାଷ୍ପରୁଦ୍ଧ ହେଇଯାଇଛି ଆଉ ମୁଁ ବି।
ଶ୍ବେତପଦ୍ମା - ଭୁଲ ବୁଝନି ମାନସ ! ତମେ ବୁଝିପାରୁଥିବ,ସାମାଜିକ ବ୍ୟବସ୍ଥାରେ ମହିଳାଙ୍କ ସ୍ଥିତି।ଆମ ଦେଶ ସ୍ଵାଧିନତାର 75ବର୍ଷରେ ପାଦ ଦେଇଛି ସତ ହେଲେ କିଛି ଜଣଙ୍କ କ୍ଷେତ୍ରରେ ଅଦୃଶ୍ୟ ଭାବରେ ଗୋଡରେ ଲୁହାର ଶିଖୁଳି ବନ୍ଧାହେଇଛି।
ମୋ Fiction ର ଏକ ସଂଳାପ।ଚେଷ୍ଟା କରୁଛି କିଛି ଗାରେଇବା ପାଇଁ।
#BishnuMahanand
#LoveStory #Fiction #Tragedy #Suspence #Hope #VillageLife #Poem #PoetryOfLove