ମୋ ଅଭିମାନିନୀ ବନ୍ଧୁ
•••••••~~~••••••ଅଳ୍ପ ଅଳ୍ପ କଥାରେ ଅଭିମାନ କରୁଥିବା ଝିଅଟେ,ସେ ଭାରି ଅଭିମାନିନୀ।ଅଳ୍ପ ଅଳ୍ପ କଥାରେ ଚିଡିଯାଉଥିବା ଝିଅଟେ।ହସକୁରିଟେ ବି,ତାଙ୍କ ସ୍ମିତହାସ୍ୟ ମୋତେ ପ୍ରାୟ ସଂକ୍ରମଣ କରେ।ସେଇ ଅଭିମାନିନୀ ଝିଅକୁ ଦୁନିଆର ସବୁ ଅଜାଡି ଦେଲେ ବି ମନ ବୁଝେନି,ବାସ୍ ତାଙ୍କୁ ତାଙ୍କ ଇସ୍ପିତ ବସ୍ତୁ ମିଲିଗଲେ ମୁହଁ ସଜ ଫୁଟା ଫୁଲଟେ ପରି ଖିଲ୍ ଖିଲେଇଯାଏ,ଯେମିତି ତାଙ୍କ ହାତ ମୁଠାରେ ଦୁନିଆର ସବୁଠୁ ମୂଲ୍ୟବାନ ଜିନିଷ।
ଜୀବନ ଗଣିତର ସମୀକରଣକୁ ବୁଝିବାରେ ସେ ଓସ୍ତାଦ ତଥାପି ମନ ତାଙ୍କ କୁନି ଝିଅଟେ ପରି ଅଝଟ।ତାଙ୍କ ବନ୍ଧୁତ୍ବରେ ବାନ୍ଧିହେଇଥିଲେ ବି ଥରେ ଥରେ ତାଙ୍କ ଅଭିମାନ,ରାଗକୁ ନିୟନ୍ତ୍ରଣ କରିବା ମୋ ପାଇଁ କଷ୍ଟକର ବ୍ୟାପାର ପାଲଟି ଯାଏ।ତଥାପି ଇଡିଟା ଟଫି,ଚକଲେଟ ବନ୍ଧୁଙ୍କ ହାତରୁ ପାଇଲେ ଗ୍ରୀଷ୍ମର ରୌଦ୍ରତାପରେ ବାରିଧାରା ପରି ମୁହଁରେ ହସର ମୁକୁତା ଝରିପଡେ।
ଏଥର କିଣି ଦେବି ଆମକୁ ଖୁସି ଅଜାଡି ଦଉଥିବା ଆଇସକ୍ରିମ ଅଥବା ଚକଲେଟଟେ। ଖିଲ ଖିଲେଇ ଯିବ ତାଙ୍କ ମୁହଁରେ ହସର ମୁକୁତା ମଣି।
ସେ ସବୁଠୁ ଅନନ୍ୟ।ଆପଣାପଣ ଜାହିର କରୁଥିବା ପ୍ରିୟ ବନ୍ଧୁ।
💙💙💙ତମ ପାଇଁ ମୋର ଅସରନ୍ତି ପ୍ରେମ।
(ତମଠୁ ଟିକେ ଦୂରତା ବଜାୟ ରଖିବାର କାରଣ ଅବଶ୍ୟ ବୁଝେଇବାର ଆବଶ୍ୟକତା ହିଁ ନାହିଁ, ବୁଝିପାରୁଥିବ ହୃଦୟକୁ ବାଧିଥିବା କଥା,ସେମାନେ ତୁଚ୍ଛାଟାରେ ମୋ ନାଁ ନେଇ ତଥା ମୋତେ ଦୋଷାରୋପ କରିଥିବା କଥା,ଛାଡ....ଅତୀତକୁ ମନେ ପକେଇକି ହୃଦୟକୁ ଖିନଭିନ କରିବା ଛଡା ଅନ୍ୟ କିଛି ନୁହେଁ।Lao Tzuଙ୍କ ଭାଷାରେ "ତମେ ବର୍ତ୍ତମାନରେ ବଞ୍ଚୁଛ,ଯଦି ତମେ ଶାନ୍ତିରେ ଅଛ"। ଏହା ବାଦ୍ ପଢାରେ ମଗ୍ନଥିବା ବନ୍ଧୁଙ୍କୁ distrub କରିବାକୁ ଚାହେଁନି।)
ବନ୍ଧୁ ତମେ ଆହୁରି ସଶକ୍ତ ହୁଅ,ମୁହଁରୁ ହସର ମୁକୁତା ଝରୁ(ସେଇଥିରୁ ଗୋଟାଏ ଆମକୁ ମିଲିବ😄।)
#ବିଷ୍ଣୁ_ମହାନନ୍ଦ
#Friendship #Smile #SmilePlease #PearlsOfSmile #Foodie #Foodie #Chocolate
#Candy #Depression #Peace #Life #LaoTzu #Concentration