କିଛି ଶବ୍ଦ ତମ ପାଇଁ ଗୋ ସଖୀ


 


କିଛି ଶବ୍ଦ
ତମ ପାଇଁ ଗୋ ସଖୀ
---------*******---------
କେବଳ ଶବ୍ଦ ନୁହେଁ ଇଏ
ଲେଖନୀ ମୋ ତମ ପ୍ରତି ପ୍ରିତି,
ମୋ ମନୁ ଝରୁଥିବା ପ୍ରତି ଲେଖାରେ
ରହିଥାଏ ମୋ ପ୍ରିୟାର ଉପସ୍ଥିତି।
ତମ ପାଇଁ ଗୋ ରାଜନନ୍ଦିନୀ
ଗଢିପାରିବିନି ଚନ୍ଦ୍ରରେ ନଅର,
ହେଲେ ରଖିବି ତମକୁ ଖୁସିରେ
ବାଡିରେ କରି କୁଡିଆ ମଚା ଘର।
ଦେଇପାରିବିନି ନିଃସ୍ବ ମୁଁ ଯେ
ସ୍ବର୍ଣ୍ଣ ଥାଳିରେ ତମକୁ ଆହାର,
ଶିଆଳି ଅବା କଦଳୀ ପତ୍ରରେ ବାଢିବା
କେତେ ସୁସ୍ବାଦୁ ଲାଗିବ ଖାଦ୍ୟ ଆମର।
ବୁଲେଇପାରିବିନି ଚାଷୀପୁଅ ମୁଁ ଯେ
ଚଢି ଘୁଟୁଘୁଟୁ ବୁଲେଟ ମଟର,
ସାଇକଲରେ ସରାଗେ ବୁଲିବା
ଦୁହିଁଙ୍କୁ ଲାଗିବ କେଡେ ସୁନ୍ଦର।
ଅନ୍ଧବିଶ୍ବାସ ଆଉ ପୂଜାବ୍ରତ ଛାଡି
କର୍ତ୍ତବ୍ୟରେ ଆମେ ରହିବା ମଜ୍ଜି,
ପରିବେଶ ପ୍ରତି ସଜାଗ ହେଇ
ଆନନ୍ଦେ କାଟିବା ଦିନ ପ୍ରକୃତିକୁ ପୂଜି।
©®ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post