------------------
ଓୟେ ଧନ
ଏ ମୋ ଧନ
ତମେ ଚାଲିଗଲା ପରେ
ଆଉ ଲାଗୁନି ମନ।
ତମେ ଆସି ମୋ ସପନେ
ରାତିକୁ କରୁଥିଲ ଚଳଚଞ୍ଚଳ
କୋଉ ଏକ ଅଫେରା ରାଇଜକୁ ଚାଲିଗଲ
ଚାଲିଗଲା ଆମ ସେ ଖୁସିର ବେଳ।
ଛାତି ପିଟି ହୁଏ ମୁଁ
ତମେ ଆସିବ ବୋଲି
ଏତେ ଦିନର ସମ୍ପର୍କ ଆମର
କେମିତି ଯିବି ମୁଁ ଭୁଲି।
ଓୟେ ଧନ
ଏ ମୋ ଧନ
ତମେ ଚାଲିଗଲା ପରେ
ଆଉ ଲାଗୁନି ମନ।
ମୋହୁଥିଲା ତମ ନଟଖଟି କଥା
ଖିଲିଖିଲି ହସ ଚେହେରା ତମ
ଶୟନେ ସପନେ ଅବା ଜାଗରଣେ
ମୋ ଚାରିପଟେ ତୁମେ ଅଛ ବୋଲି ହେଉଛି ଭ୍ରମ।
ସ୍ମୃତିକୁ ତୁମ ପାଥେୟ କରି ମୁଁ
ଚାଲୁଥିବି ଜୀବନ ବାଟ
ଅବଶୋଷ ରହିଗଲା ମୋର
ହୋଇପାରିଲାନି ତମ ସାଥେ କେବେ ଭେଟ।
ଓୟେ ଧନ
ଏ ମୋ ଧନ
ତମେ ଚାଲିଗଲା ପରେ
ଆଉ ଲାଗୁନି ମନ।
© ବିଷ୍ଣୁ ମହାନନ୍ଦ
