No title

 ମୋ ମା ପରି ତମେ ହିଁ ବୁଝିପାର ମନକଥା ଓ ଛାତିତଳ ବ୍ୟାଥା।ଆପଣାପଣ ଜାହିର କରି ଗାଳି କରିବା ଓ ସ୍ନେହ ପ୍ରେମ ଅଜାଡି ଦେବା ତମେ ହିଁ ଜାଣ।

  ଏଇ କ୍ଷଣ ଭଙ୍ଗୁର ଜୀବନରେ ତମଠୁ କଣ ଆଉ ଅଭିଳାଷ ରହିବ ଯେ ! ବାସ୍ ଆଳୁ ଭଜା ହିଁ ଆଶା କରିବି,ତମେ ଜାଣିଛ ମୁଁ Foodie ବୋଲି😋😄।
ତମ ଭିତରେ ହିଁ ଦେଖେ ମୋ ମା ର ରୂପ,ସ୍ନେହ ପ୍ରେମ ଦୟାର ପ୍ରତୀକ।(ଆଉ କେବେ କେବେ ରାଗି,ଅଭିମାନ କରି ମୁହଁ ଫୁଲେଇବାର)
   ନିମନ୍ତ୍ରଣ କରି ଦୁଇ ମୁଠା ଅନ୍ନ ବାଢି ଦେବା କେବଳ ଅନ୍ନ ନଥିଲା,ତା'ସହ ଥିଲା ଶ୍ରଦ୍ଧା ଓ ଅନେକ ଭଳପାଇବା।(ଭୋକର ଅନୁଭବ ହେଲେ ହିଁ ପ୍ରତି ଲିତା ର ମୂଲ୍ୟ ବୁଝିହୁଏ)
  ମଣିଷ ଭଳପାଇବାରେ ବଞ୍ଚେ ଓ ଘୃଣାରେ ପ୍ରତି ମୂହୁର୍ତ୍ତରେ ମରେ। ଯେହେତୁ ମଣିଷ ସାମାଜିକ ପ୍ରାଣୀ,ବଞ୍ଚିବା ପାଇଁ ଖାଦ୍ୟ,ବସ୍ତ୍ର,ବାସଗୃହ ସହ ପ୍ରେମ ବି ଆବଶ୍ୟକ।
  ଧନ୍ୟବାଦ ଜଣେଇବା ପାଇଁ ମୋ ପାଖରେ ଭାଷା ନାହିଁ।ହୃଦୟର ଗଭୀର ପ୍ରଦେଶରୁ କୃତଜ୍ଞତା ଜଣାଉଛି।
  ତମେ ଆହୁରି ଆଗକୁ ବଢ👣✌,ସଶକ୍ତ ହୁଅ✊💪,ଏହି ଶୁଭକାମନା ରହିବ।ଆମ ଭିତରେ ଥିବା ବନ୍ଧୁତ୍ବ🤝 ଉତ୍ତମ ବୁଝାମଣାରେ ଆହୁରି ସଶକ୍ତ ହେଉ।

#ବିଷ୍ଣୁ ମହାନନ୍ଦ
#Friendship #FriendshipBond #Love #Mom #Affection #Foodie #AlooBhaja #PotatoFry #TastyTasty #Chef #Chocolate #Candy #ChhotiChhotiKhusiyan
Post a Comment (0)
Previous Post Next Post