ତୋ ପ୍ରେମରେ ପଡିଲା ଦିନୁ
ମୋ ଜୀବନ ମହକୁ ଥିଲା ଚମ୍ପା ଚନ୍ଦନର ବାସ୍ନା,
ବନ୍ଧୁତାର ସେତୁ ଭାଙ୍ଗିଗଲା ପରେ
ସିନ୍ଧୁ ତୀରେ ଥାଇ ମୋତେ ଲାଗେ ଜଳ ପାଇଁ ମୁଁ ତୃଷ୍ଣା।
ଆଶା ଥିଲା, କିନ୍ତୁ
ତୁ ବି ସମ୍ପର୍କର ସୂତ୍ରକୁ କାଟିଦେଲୁ ଟିକ୍ ଟିକ୍ କରି,
ବାସ୍ ନିଶବ୍ଦରେ
ହୃଦୟ କାନ୍ଦି ଦୁଇ ଆଖି ଲୁହରେ ଗଲା ଭରି।
(ହୃଦୟରୁ ଶବ୍ଦ ଆଙ୍କିଦେଲି ଦୁଇ ଧାଡି)
~ବିଷ୍ଣୁ ମହାନନ୍ଦ