ତୁମ ମୋ ସମ୍ପର୍କ ଗଭୀର ସିନ୍ଧୁ
ତୁମେ ମୋ ହୃଦୟ ଜୀବନ ବିନ୍ଦୁ।
ବନ୍ଧୁ ତୁମେ ନୁହଁ ମୋ ରକ୍ତ ସମ୍ପର୍କର
ତଥାପି ଲାଗେ ସମ୍ପର୍କ ଜନ୍ମ ଜନ୍ମାନ୍ତରର।
କେଇ କ୍ଷଣ ନ ଦେଖିଲେ ଲାଗେ ଅକାବକା
ସତରେ ତମ ବିନା ବଞ୍ଚିପାରିବିନି ମୁଁ ଏକା।
(ନିଜର ଲାଗୁଥିବା ନିରବ ରାତି ହିଁ ସୃଷ୍ଟି କରେ ମୋ କଲମରେ କିଛି ବ୍ୟାଥା କିଛି ମନକଥାରେ ଭରିଥିବା ଲେଖା।)
~ବିଷ୍ଣୁ ମହାନନ୍ଦ