Miles to go

 ଅଟକି ଯାଇଛି କିଛି କ୍ଷଣ

ହେଲେ ଅଟକି ଯାଇନି ଆଗକୁ ବୋହିଯିବା ପାଇଁ

କିଛି ମାଟି ପଥର ଦେଇ

ହୁଡା କରିଛ ବାସ୍ ମୋତେ ଅଟକେଇବା ପାଇଁ

ହେଲେ ତମେ କୁହ

ନଦୀକୁ କଣ କେହି ଅଟକେଇ ପାରେ ?

ତା'ର ପାଣିକୁ ଅଟକେଇ ପାର କିଛି କ୍ଷଣ

ମାଟି ଓ ପଥରର ବନ୍ଧ ବାନ୍ଧି

ହେଲେ ନଦୀ

ମାଟି ଓ ପଥରକୁ ଭେଦି ବୋହିଯାଏ ସମୁଦ୍ରକୁ।



Post a Comment (0)
Previous Post Next Post