ସାଧାରଣତନ୍ତ୍ର ଦିବସ


           ସାଧାରଣତନ୍ତ୍ର ଦିବସ

----------------*****------------------

ତ୍ରିରଙ୍ଗାର ମଧ୍ୟ ଭାଗେ ଅଶୋକ ଚକ୍ର ଶୋଭିତ

ତ୍ରିରଙ୍ଗାର ଫର୍ ଫର୍ ମନକୁ କରେ ଆମୋଦିତ।

ସମ୍ବିଧାନ ବଳେ ଆମେ ପାଉଅଛୁ ମାନ ସମ୍ମାନ

ଜାତିବାଦୀଙ୍କ ଶାସନେ ହେଉଥିଲୁ ହୀନିମାନ।

ଅଧିକାର ଆମ ନଥିଲା କରିବା ପାଇଁ ଜଳପାନ

ବାବାସାହେବ ଲଢି କରିଥିଲେ ଉଦ୍ୟମ ଆପ୍ରାଣ।

ତାଙ୍କୁ ବିଦ୍ୟାଳୟେ ରୋକିଥିଲେ କରିବାକୁ ଶିକ୍ଷା ଗ୍ରହଣ

ତାଙ୍କ ସମ୍ବିଧାନ ଯୋଗୁଁ ପାଉଅଛୁ ଶିକ୍ଷା ଆମେ ଜନଗଣ।

ହୀନ ଭେଦଭାବ ପାଇଁ ଆମେ ଚାଲୁଥିଲୁ କରି ମଥାନତ

ତାଙ୍କ ସମ୍ଵିଧାନ ପାଇଁ ସବୁଠି ସସମ୍ମାନେ କରୁଛୁ ଆତଯାତ।

ଭାରତୀୟ ନାରୀ ଓ ଦଳିତଙ୍କ ପାଇଁ ନଥିଲା ଶିକ୍ଷା ଅଧିକାର

ବାବାସାହେବ ସମ୍ବିଧାନ ଲେଖି ଖୋଲିଦେଲେ ଶିକ୍ଷାର ଦ୍ବାର।

1950 ଆଜିର ଦିନରେ ନିଜ ସମ୍ବିଧାନେ ଶାସନ କରି

ଆମେ ଜନଗଣ ସାଜିଅଛୁ ନିଜ ନାଆର ନିଜ ନାଉରୀ।

ପ୍ରଜାତନ୍ତ୍ର ପାଇଁ କେତେ ଦେଇଛନ୍ତି ନିଜ ବଳିଦାନ

ଭାରତୀୟ ସମ୍ବିଧାନ ଶିଳ୍ପକାରଙ୍କୁ ଶତ ଶତ ନମନ।

ସମ୍ବିଧାନେ ଆମ ପାଇଁ ଅଧିକାର ଦେଇ ଦେଲେ ମାନ ମହତ

ସେଇ ସମ୍ବିଧାନ ଶିଳ୍ପକାରଙ୍କୁ ଆମେ ଜନଗଣ କରୁଛୁ ପ୍ରଣିପାତ।

~ ବିଷ୍ଣୁ ନାରାୟଣ ମହାନନ୍ଦ

 ତାରିଖ : 26-01/2023


Post a Comment (0)
Previous Post Next Post