ନୂଆଁଖାଇ


କାଲକେ ନୂଆଁଖାଇ। ମା ଟାକିଛେ, ପୋ ବିଦେଶ ନୁ ଆଇବା ନୂଆଁଖାଇ। ଇଆଡ଼େ ବୁଆ ନୂଆଁଖାଇ ବଜାରେ ନୂଆଁଖାଇ ଲାଗି ନୂଆଁ ଚିଡା, କୁରେ ପତର, ନୂଆଁ ଧାନ, ଗୁଡ,ନୂଆ କପଡା ଘିନବାର ଲାଗି ତରବର୍ ହେଉଛେ। ଆଜି ନୂଆଁଖାଇ ଲାଗି ଖୁବ୍ ଭିଡ ଆଏ ବଜାର। ତିହାରି ବଜାର ଆଏ। କେତନି କେତେ ସାମାନ ବଜାରେ। ଇଆଡେ କପଡା ପଟା ଲାଗି କେତନି କେତେ ଭିଡ ଏ। ଜେନଟା ଇଟା ଭାବବ ବଜାର ନୁହେସେ, ଯାତରା ଚାଲିଛେ । ଆଉ ଏବେ ଆର୍ ମାଏଟ ଘର ଦେଖ୍ ବାର କେ ନାଇ ମିଲ୍ ବାରନା। ସିମେଣ୍ଟ ଘର କେ ଲୋକ ଉସ୍ ନାକି ଥି ପୁଛା ପୁଛି କରୁଛନ। ଦୁଆର ମୁହେଁ, ବାରଣ୍ଡା ଥି ଲୁକେ କୁନଲା, ପର୍ ଲା, ବାଡୁନ୍, ମାନ, ସବୁ ଧୁଆ ମଜା ଚାଲିଛେ ସବକର୍ ଘରେ। ଛୁଆ ମାନେ ଉସ ନାକୀ ଥି କେତେ ଉସତ୍। ନୂଆଁଖାଇ ନାଇ ଦେଖି କେନ୍ସି ଜାତି ଧରମ୍ କି ଗରିବ ଧନୀ। ଇଟା ଆମର ଇଲାକାର୍ ବଡ ଗଣ ପର୍ବ ଆଏ। ଇଆଡେ ଗାଁର ଠେଙ୍ଗୁଆ ପିଲା ମନ୍ କର ଥାଇ ନାଇ। ଲାଗି ପଡ଼ିଛନ ନୂଆଁଖାଇ ଭେଟଘାଟ ଲାଗି ନୂଆ ଭେଟି ଦେବାର ଲାଗି। ଗାଁ ନେ ଆଉ ବିଦେଶ ନେ ରହେରାଲ୍ ସବୁ ଯୁଆଁନ୍ ପିଲା ମାନକର ନୁ ଚାନ୍ଦା ବରାଳ କରି ନାଟ ଦେଖାବେ ସେଟା ଫିର ନିଜର ନାଟ। ସବୁ ପିଲା ଚାନ୍ଦା ଦେବାର ନେ ଭି କୁଁହୁ କୁହୁଁ ନାଇ କରନ। ପିଲା ମାନେ କେନ୍ସି ପ୍ରଫେସନାଲ ନାଇସେ। ଫିର୍ ଭି ଧଙ୍ଗ୍ରା ଯୋଷ ନେ ନିଜେ କାହାଣୀ ଲେଖି, ନିଜେ ଷ୍ଟେଜ ନେ ଉତରବେ। ନିଜେ ଦମ୍ ଦେଖାବେ କାହାଣୀ ର ଚରିତ୍ର ନେ ସବାର ହେଇ କିନା।


ବସ ଷ୍ଟାଣ୍ଡ, ରେଳ, ରାସ୍ତା ଘାଟ, ବଜାର ଘାଟ କେତନି କେତେ ଭିଡ। ସଭେ ଗାଁ ମାଏଟ କେ ନୂଆଁଖାଇ ଆସୁଥିସନ୍।

ହେଲେ ମୁଇ ଯାଇ ନାଇ ପାରେ। ଗାଁ କେ ଯାଇ ନାଇ ପାର୍ଲେ ଭି ନୂଆଁଖାଇର ଗହକି ମୋର୍ ପିଛା ନାଇ ଛାଡେ। ବିଦେଶ ନେ ରହି କରି ନୂଆଁଖାଇ ର ଭିଡିଓ ଦେଖସି। ଇନ କେହି ନାଇ ଚିହ୍ନାର ହେତେ। ଜଣେ ଅଛେ ସମ୍ବଲପୁରୀଆ, ଭାଇର ଜାଗା ନେସି। ହର୍ ସମିୟା ଥି ପାସେ ପାସେ ଥିସି। କହେସି, କାନ୍ଦ୍ କାନ୍ଦ ଲାଗୁଥିଲେ ମୋକେ କହେବୁ, ମିଶି କରି କାନ୍ଦମା। ଇଟା କହି କରି ମୋତେ ଫେର ଘାଏ କନ୍ଦେଇ ଦେସି।
ଇନ ନାଇ ମିଲେ କୁରେ ପରତ। ଗୁଡ ଆରୁ ଚିଡ଼ା ମିଲଲେ ଭି ନୂଆଁଖାଇ ର vibe କେନ୍ ନୁ ମିଲବା ଯେ ଇନ। ସମିୟା ସଙ୍ଗେ ଚାଲବାର ଲାଗି ବିଦେଶ ନୁ ଘର କେ ଯାଇ ନାଇ ପାରେ। ଗାଁର ମହକ ବାସ୍ନା ଏତକି ଦୂର ପଲେଇ ଆଏସି। ହେଲେ ଯାଇ ନାଇ ପାରେ। ଇ ନୂଆଁଖାଇ କନ୍ଦାସି ଆଉ ଉସତ୍ ଭି କରାସି।
~ବିଷ୍ଣୁ
Post a Comment (0)
Previous Post Next Post