ଆଜି ସେମାନଙ୍କ ସାମ୍ନାରେ କିଛି Proposal ରଖିଲି । ସିଧା ସିଧା ସେମାନେ Reject କରିଦେଲେ । ମନେ ମନେ ଭାବିଲି ବୋଧେ ମୋ ଈଂରାଜୀ ଠିକ ନ ଥିଲା ଅଥବା ମୋ ଜୀବନ ଭଳି ମୋ Proposal ଅଧା ଖଣ୍ଡିଆ ଅବା ଅସଂଗଠିତ ଥିଲା।
ହେଲେ ଦିନେ ସେ ଠିକ ବୁଝି ପାରୁଥିଲା ମୋ ଅଧା ଖଣ୍ଡିଆ ଆଉ ଅସଂଗଠିତ ଭାଷାକୁ । କେବେ ତା' ସହ ବ୍ୟକ୍ତିଗତ ଭାବରେ ଭେଟ ହେଇନି, କେବଳ କଥା ହେଇଛି ସୋଶଲ୍ ମିଡିଆ ଜରିଆରେ । ସେ ପରୀଟେ ପରି ଆସିଥିଲା ଆଉ କିଛି ଦିନ ପରେ ମୋ ଦୁନିଆରୁ ଉଭେଇ ଗଲା। ଅବଶୋଷ ରହିଗଲା କେବେ ଭେଟି ନ ପାରିବାର ।