କାଲକେ ନୂଆଁଖାଇ। ମା ଟାକିଛେ, ପୋ ବିଦେଶ ନୁ ଆଇବା ନୂଆଁଖାଇ। ଇଆଡ଼େ ବୁଆ ନୂଆଁଖାଇ ବଜାରେ ନୂଆଁଖାଇ ଲାଗି ନୂଆଁ ଚିଡା, କୁରେ ପତର, ନୂଆଁ ଧାନ, ଗୁଡ,ନୂଆ କପଡା ଘିନବାର ଲାଗି ତରବର୍ ହେଉଛେ। ଆଜି ନୂଆଁଖାଇ ଲାଗି ଖୁବ୍ ଭିଡ ଆଏ ବଜାର। ଆଏଜ ଆଖ୍ରୀ ତିହାରି ବଜାର ଆଏ। ଶନିବାର ଆମପାଣି ବଜାର ଆଏ। ନବରଙ୍ଗପୁର ଆର୍ କଳାହାଣ୍ଡି ବୋର୍ଡର ଆଏ। ରାସ୍ତା ଜାମ ନୂଆଁଖାଇର ଲାଗି ହେସି। କେତନି କେତେ ସାମାନ ବଜାରେ। ଇଆଡେ କପଡା ପଟା ଲାଗି କେତନି କେତେ ଭିଡ ଏ। ଜେନଟା ଇଟା ଭାବବ ବଜାର ନୁହେସେ, ଯାତରା ଚାଲିଛେ । ଆଉ ଇଛନ ଆର୍ ମାଏଟ ଘର ଦେଖ୍ ବାର କେ ନାଇ ମିଲ୍ ବାରନା। ସିମେଣ୍ଟ ଘର କେ ଲୋକ ଉସ୍ ନାକି ଥି ପୁଛା ପୁଛି କରୁଛନ। ଦୁଆର ମୁହେଁ, ବାରଣ୍ଡା ଥି ଲୁକେ କୁନଲା, ପର୍ ଲା, ବାଡୁନ୍, ମାନ, କପଡା ଲତା ସବୁ ଧୁଆ ମଜା ଚାଲିଛେ ସବକର୍ ଘରେ। ଛୁଆ ମାନେ ଉସ ନାକୀ ଥି କେତେ ଉସତ୍। ନୂଆଁଖାଇ ନାଇ ଦେଖି କେନ୍ସି ଜାତି ଧରମ୍ କି ଗରିବ ଧନୀ। ଇଟା ଆମର ଇଲାକାର୍ ବଡ ଗଣ ପର୍ବ ଆଏ। ଇଆଡେ ଗାଁର ଠେଙ୍ଗୁଆ ପିଲା ମନ୍ କର ଥାଇ ଥିତି ନାଇ। ଲାଗି ପଡ଼ିଛନ ନୂଆଁଖାଇ ଭେଟଘାଟ ଲାଗି ନୂଆ ଭେଟି ଦେବାର ଲାଗି। ଗାଁ ନେ ଆଉ ବିଦେଶ ନେ ରହେରାଲ୍ ସବୁ ଯୁଆଁନ୍ ପିଲା ମାନକର ନୁ ଚାନ୍ଦା ବରାଳ କରି ନାଟ ଦେଖାବେ ସେଟା ଫିର ନିଜର ନାଟ। ସବୁ ପିଲା ଚାନ୍ଦା ଦେବାର ନେ ଭି କୁଁହୁ କୁହୁଁ ନାଇ କରି। ଯୁଆଁନ୍ ପିଲା ମାନେ କେନ୍ସି ପ୍ରଫେସନାଲ ନାଇସେ। ଫିର୍ ଭି ଧଙ୍ଗ୍ରା ଯୋଷ ନେ ନିଜେ କାହାଣୀ ଲେଖି, ନିଜେ ଷ୍ଟେଜ ନେ ଉତରବେ। ନିଜେ ଦମ୍ ଦେଖାବେ କାହାଣୀ ର ଚରିତ୍ର ନେ ସବାର ହେଇ କିନା।
ବସ ଷ୍ଟାଣ୍ଡ, ରେଳ, ରାସ୍ତା ଘାଟ, ବଜାର ଘାଟ କେତନି କେତେ ଭିଡ। ଘିନା ବିକା ଚାଲିଛେ। ସଭେ ଗାଁ ମାଏଟ କେ ନୂଆଁଖାଇ ଆସୁଥିସନ୍।
ହେଲେ ମୁଇ ଯାଇ ନାଇ ପାରେ। ଗାଁ କେ ଯାଇ ନାଇ ପାର୍ଲେ ଭି ନୂଆଁଖାଇର ଗହକି ମୋର୍ ପିଛା ନାଇ ଛାଡେ। ବିଦେଶ ନେ ରହି କରି ନୂଆଁଖାଇ ର ଭିଡିଓ ଦେଖସି। ଇନ କେହି ନାଇ ଚିହ୍ନାର ହେତେ। ଜଣେ ଅଛେ ସମ୍ବଲପୁରୀଆ, ଭାଇର ଜାଗା ନେସି। ହର୍ ସମିୟା ଥି ପାସେ ପାସେ ଥିସି। କହେସି, କାନ୍ଦ୍ କାନ୍ଦ ଲାଗୁଥିଲେ ମୋକେ କହେବୁ, ମିଶି କରି କାନ୍ଦମା। ଇଟା କହି କରି ମୋତେ ଫେର ଘାଏ କନ୍ଦେଇ ଦେସି।
ଇନ ନାଇ ମିଲେ କୁରେ ପରତ। ଗୁଡ ଆରୁ ଚିଡ଼ା ମିଲଲେ ଭି ନୂଆଁଖାଇ ର ଉସତ୍ କେନ୍ ନୁ ମିଲବା ଯେ ଇନ। ସମିୟା ସଙ୍ଗେ ଚାଲବାର ଲାଗି ବିଦେଶ ନୁ ଘର କେ ଯାଇ ନାଇ ପାରେ। ପଢ଼ାର ଚକ୍କର ବାନ୍ଧି କରି ଅଟକେଇ ଦେସୀ। ଗାଁର ମହକ ବାସ୍ନା ଏତକି ଦୂର ପଲେଇ ଆଏସି। ହେଲେ ଯାଇ ନାଇ ପାରେ। ସୋର୍ ଲାଗସି ଗାଁ ମାଏଟ୍, କୁଟୁମ୍ ସଙ୍ଗେ ନୂଆଁଖାଇବାର୍, ନୂଆଁଖାଇ ଭେଟଘାଟ, ନୂଆଁଖାଇ। ଇ ନୂଆଁଖାଇ କନ୍ଦାସି ଆଉ ଉସତ୍ ଭି କରାସି।
~ବିଷ୍ଣୁ
ନୂଆଁଖାଇ ର ଗହିର ଅନୁଭୂତି — ଏକ ସମ୍ବେଦନାମୟ ରେଖାଚିତ୍ର
✍️ ବିଷ୍ଣୁ
ଗାଁ ତ ନୂଆଁଖାଇ ରେ ଆଉ କାହିଁକି ହସେ ନା? ମା' ଟାକିଛନ୍ତି — ପୋ ବିଦେଶରୁ ଆସିବ ନୂଆଁଖାଇ କରିବାକୁ। ବୁଆ ଆଏଜି ବଜାର ଝିଅ ହୋଇପଡ଼ିଛନ୍ତି — ନୂଆ ଧାନ, ଚିଡ଼ା, ପତର, ଗୁଡ, କପଡ଼ା ଘିନିବାକୁ। ବଜାର ମଣିଷର ଭିଡ ଭାବିଲେ ଲାଗେ ଯେ — ଏଠା ତ ଯାତ୍ରା ଚାଲିଛି!
ନୂଆଁଖାଇ — ଗାଁ ମାନେ ଏଥି ପାଇଁ ବଞ୍ଚନ୍ତି। ଦୁଆର, ବାରଣ୍ଡା, ଦେଉଳି, ବାଡ଼ି ସବୁ ଧୁଆଯାଉଛି। ଲୋକେ ନୂଆ କପଡ଼ା ପିନ୍ଧିବେ, ଘରେ ଧାନ ଆଣି ଭୋଗ ରଖିବେ। ଛୁଆମାନେ ଉସ୍ ନାକି ଥି ଖୁସିରେ ଫୁଲିଯାଉଛନ୍ତି। ଏଥିରେ କେହି ଗରିବ, କେହି ଧନୀ — ଭେଦ ନାଇ। ଏ ହେଉଛି ଆମ ନୂଆଁଖାଇ — ଲୋକ ଚିରଂଜୀବ ଭାବେ ଯାଦ ରଖନ୍ତି।
ଏହି ପର୍ବ ମାନେ କେବଳ ଖାଇବା ନୁହେଁ — ଏହା ହେଉଛି ଭେଟଘାଟ, ସମ୍ପ୍ରତିର ଅନୁଭୂତି। ଗାଁ ଓ ବିଦେଶରୁ ଆସିଥିବା ଯୁବମାନେ ଚାନ୍ଦା ଉଠାଇ ନାଟକ କରନ୍ତି — ନିଜେ ଲେଖନ୍ତି, ନିଜେ ଅଭିନୟ କରନ୍ତି। ଏହି ନୂଆଁଖାଇ ତାଙ୍କ ପାଇଁ ଜୀବନ ର ଏକ ଅବିଚ୍ଛିନ୍ନ ଅଂଶ।
ମୁଁ? ମୁଁ ଯାଇପାରୁନି। ନୂଆଁଖାଇ ମୋ ପାଇଁ ଏବେ ଏକ ଦୂର ଦୃଶ୍ୟ। ବିଦେଶରୁ ବିଡିଓ ଦେଖି ବୁଝେଇବା ଚେଷ୍ଟା କରୁଛି — ମୋ ଗାଁ, ମୋ ଲୋକେ, ମୋ ପର୍ବ। ଏଠାରେ ଜଣେ ସମ୍ବଲପୁରୀ ଭାଇ ଅଛନ୍ତି — ସେ କହନ୍ତି, “କାନ୍ଦିଲେ ମୋତେ କୁହ, ମିଶି କାନ୍ଦିବା।” ଏହି କଥା ଶୁଣି ମୋ ଆଖି ଜଳିଯାଏ।
ଗୁଡ, ଚିଡ଼ା ମିଳିଯାଇପାରେ — କିନ୍ତୁ ଗାଁ ମାଏଟ ର ଘିନା, ସଙ୍ଗର ଉସତ୍, ପରିବାର ଭେଟଘାଟ — ସେତେ ଅନୁଭବ ଭିତରୁ ମିଳେ ନା। ପଢ଼ା ଓ ଜୀବନ ର ଚାପରେ ଏଠାରେ ଅଟକି ରହିଗଲି ମୁଁ, କିନ୍ତୁ ମନ ତ ଗାଁ ମାଏଟ ନେଇ ଚାଲିଯାଇଛି।
ନୂଆଁଖାଇ ମୋ ପାଇଁ ଏବେ ଏକ ମିଶ୍ର ଅନୁଭୂତି:
କେବେ ହସାଏ, କେବେ କନ୍ଦାଏ, ଏବଂ ଅନ୍ତେ ମୋତେ ଗାଁ ମାଏଟ ର ସ୍ମୃତି ରେ ବିଲିନ କରି ଦିଏ।