ଅନ୍ତର: ତମ ଆଉ ମୋ ଭିତରେ

ତମେ ମେଟ୍ରୋ ସହରେ ପାଳିତ

ମୁଁ ମଫସଲ୍ ଗାଁରେ ଜନ୍ମିତ


ତମେ କଂକ୍ରିଟ ଜଙ୍ଗଲର କନ୍ୟା

ମୁଁ ଗାଁର ଶୀତୁଆ ସକାଳର ଅଁତରାର ନିଆଁ 


ତମେ ବିଦେଶୀ ଭାଷାରେ ମସଗୁଲ୍ 

ମୁଁ ସମ୍ବଲପୁରୀ ଭାଷାରେ ଚୁଲବୁଲ 


ତମେ ନିତି ଖାଅ ଚଓମିନ୍ ବର୍ଗର 

ଏଠି ମୋ ପ୍ରୀୟ ମୂର୍-ହି ମିକ୍ସଚର୍


ଇଂରାଜୀ କାହାଣୀରେ ପୂର୍ଣ୍ଣ ତମ ମଥା 

ମନେ ପଡେ ଉପାନ୍ତରେ ସଂଘର୍ଷ କଥା


ଏହା ହିଁ ତୋ ତମ ଆଉ ମୋ ଭିତରେ ଅନ୍ତର

ସବୁ ଜାଣିଲା ପରେ ତମେ ମୋତେ କଲ ଅନ୍ତର।


~ବିଷ୍ଣୁ 



Post a Comment (0)
Previous Post Next Post