ଅତୀତ

 ଅତୀତକୁ ଅଣ୍ଡାଳୁଥିଲି 

ଗୁଗଲ ଫୋଟୋଜରୁ,

ନିର୍ବାକରେ ଧାରେ ଲୁହ ଝରୁଥିଲା 

ଅତୀତର କିଛି ସ୍ମୃତିକୁ ରୋମନ୍ଥନ କରୁ କରୁ।

ଆଖିରେ ଆଖିଏ ଲୁହ

କୋରି ହେଉଥିଲା 

ଛାତିରେ ଚାପିହେଇଥିବା କୋହ

ତଥାପି, ତଥାପି

ସାହସ କରି ଆଙ୍ଗୁଠିରେ ସ୍କ୍ରଲ କରି

ଆହୁରି ଅତୀତ ସହ ନିକଟତର ହେବାକୁ ଚେଷ୍ଟା କରୁଥିଲି

ହେଲେ ସେଇ ସ୍ମୃତି ଭରା ଅତୀତ

ବର୍ତମାନରେ ରହି 

ଲୁହସବୁକୁ ରୋକିବାକୁ ତାଗିଦ୍ କରୁଥିଲା।

କେତେ ଆଉ ରୋକି ଥାଆନ୍ତି ଯେ

ହୃଦୟ କୋରି ହେଇଗଲା

ନିର୍ବାକ ଆଉ ନିର୍ବାକ ହେଲାନି 

ନିଘୋଡ଼ ନିଦରେ ଘୁଙ୍ଗୁଡ଼ି ମାରୁଥିବା ରୁମମେଟ୍

ଆସି ବସି ଗଲା ବେଡ୍ ରେ।

କହି ହେଲାନି କି ସହି ହେଲାନି

ଅତୀତର ମଧୁର ସ୍ମୃତି ସବୁକୁ

ବାସ୍ ନୟନ  ଯୁଗଳୁ ଝରଣଟେ ବୋହି

ଓଦା ହେଇଗଲା ତକିଆଟି...

Post a Comment (0)
Previous Post Next Post