ସୁର୍ତା

 ପରବ୍ ଯାଇ ନାଇ ପାର୍ଲି କି ସଜନୀ କେ ଭେଟି ନାଇ ପାର୍ଲି। ଆଶା ତୋ ନାଇନ ତାର୍ ନୁ କେନ୍ସି ଗୁଲାବ କି Bouquet ହେଲେ ଆଶ ଟେ ଥିଲା ତାର ହାତର୍ନୁ କୁମୁଡା ଫୁଲର ପିଠା ଖାଇବାର। ଭେଟି ତୋ ନାଇ ପାରଲି କି ତାକେ ସୁରୁତା କରି କବିତା ଟେ ଭି ଲେଖି ନାଇ ପାରିଲି। ହେନ୍ତେଇ ଭି ମୁଇଁ କବି ନାଇସେ କି କବିତା ନାଇ ଲେଖେ।ମନର ଭାବ କେ ଉତ୍ରେଇ ଦେସି ଫରଦ ଥି। ବେଳେ ବେଳେ ଲାଗସି ସେ ତୋ ଥିଲା କୋରାପୁଟର ସରଗର ପରୀ। କଥା ହେଇ ହେଲା ହେଲେ କେଭେ ଭେଟି ନାଇ ହେଲା। ତା'ର ଫୁନ୍ ନମ୍ବର ଥିତା ହେଲେ ଘାଏ ମନ୍ କଲେ କଥା ହେଇ ପାର୍ତି। ସେ ତୋ beyond materialistic ଆଏ। ତା'ର ପାଶେ କାଏ ମହନୀ ଥିଲା କେଜାନେ ମୁଇ ଭାଲି ହେଶି ହମେଶା। ଏଭେ ବି ମୁଇ ଭାବି ଭାବି ଘାରି ହେସି ସଥେ ସେ ମୁନୁସ ଟେ ଥିଲା ୟା ସରଗର୍ ପରୀ ଟେ। ବମ୍ବେ ଯିବାର ଲାଗି ତୋ ବିଲକୁଲ ମନ୍ ନାଇ ଲାଗବାର୍, ମନ୍ କରୁଛେ ଘାଏ ତା'ର ଠିକାନା ନୁରି ତାକେ ଭେଟ ହେତି। ସେ ତୋ ମୋର୍ ହୁରୁଦ ର ପାଶେ ଥିଲା ହେଲେ ନା ଥିଲା ତାର ଫୁନ ନମ୍ବର ନା ଘର ଠିକାନା।

Post a Comment (0)
Previous Post Next Post