ଥରେକ୍ ଥରେକ୍ ମନ୍ ଉଦାସ ହି ଯାଏସି,
ଭାବସି ପଛକେ ଫିରିଯିମି,
ଛାଡିଦେମି
ମହଙ୍ଗା ସହର ଥି
ସପନ ଗଢ଼ବାରଟା।
ରାତି ରାତି
ନିନ୍ଦ୍ ନାଇ ଆସେ,
ଭାବି ଭାବି ଇ କଥା।
କାଟି ତୋ ନାଇ ପାରେ ହାତ,
କି ପଙ୍ଖା ଥି ରସି ଲଗେଇ
ଗଲେଇ ତୋ ନାଇ ପାରେ ଗଲା।
କାଇଁଥିର୍ ଲାଗି ବୋଇଲେ—
ଡରହ୍ ଜିଁ ନାଇ ଦିଏ,
କି ମର୍ବାକେ ନାଇ ଦିଏ।
ୟାଦ ଆଏସି
ମୋର୍ ସଂଘର୍ଷ କରୁଥିବାର
ସମାଜର କଥା,
ହର୍ ଘଡି
ଜାତିଘୃଣାର ନିଆଁ ଥି
ଜଳୁଥିବାର
ମୋର୍ ସମାଜର କଥା।
ୟାଦ୍ ଆଏସୀ
ଗୁଟେ ଦଳିତ ଛୁଆର କଥା,
ଯାହାକେ
ଅଲଗା ବସବାର ଲାଗି
ପଡୁଥିଲା ମଜବୁର।
ସେ ବିଦେଶ ଯାଇ
compete କରି,
ପଢା complete କରି
ଆଇଲେ ଫେରି degree ଧରି।
ଇ କଥା ଭାବି
ହୁରୁଦ୍ ଜାଏସି ଥରି।
ଫିରେଇ ନେସି ମୋର୍ ଗୋଡ,
ମରମି ପଛେ
ବଢ଼ାମି ଗୋଡ।
ଯିମି ଆମ୍ବେଦକର ବତାଲା ବାଟେ,
ବାଟ ଚାଲମି
ଫୁଲେ କେ ନେଇ ସାଥେ।
~ବିଷ୍ଣୁ