Rejection ଆଉ ମୁଁ

 ଆଜି କାଇଁ କେଜାଣି ସ୍କୁଲ କଥା ମନେ ପଡ଼ୁଥିଲା

ପିଲାଙ୍କ ପାଇଁ ପ୍ରସ୍ତୁତ କରିଥିବା achievement test

Library ରେ ସେଇ ସବୁକୁ ନେଇ evaluation କଥା,

ଯେବେ ମୁଁ ନିଜକୁ ଆଇନା ସାମ୍ନାରେ ଦେଖୁଥିଲି

ପାଖରୁ ନିଜକୁ ଦେଖୁଥିଲି, ନିଜକୁ ପରଖୁଥିଲି।

ସବୁ rejectionର ମୂଳ କାରଣ ଗୁଡାକୁ ଖୋଜୁଥିଲି

ଆଇନାରେ ଦେଖା ଯାଉଥିବା ଚେହେରାକୁ ନେଇ।

ଆଇନା ବଖାଣୁ ଥିଲା କାରଣଗୁଡ଼ା।

ସେଇ କାରଣରୁ ଗୁଡାକ ପାଇଁ କେହି ଦାୟୀ ନଥିଲେ

ବରଂ ମୁଁ ନିଜେ ଥିଲି।

ବିଳମ୍ବରେ ଚାଲୁଥିବା ନିଜକୁ

ଠେଲୁଥିଲି ସଂଘର୍ଷ ଆଉ ପ୍ରତିଯୋଗିତାର ରାଜରାସ୍ତାରେ।

~ବିଷ୍ଣୁ












Post a Comment (0)
Previous Post Next Post