ଯେବେ ଯେବେ ମୋ ଚଲାପଥେ
ଅନ୍ଧକାର ଘୋଟି ଆସେ ଅବା ଝଡ ଝଂଜା ବାଟ ରୋକେ
ମନେ ପକାଏ
ମୋତେ ଦେଖି ସ୍ମିତ ହସ ଦେଉଥିବା ସୁନ୍ଦରୀକୁ
ହାତ ଠାରି ଆଗକୁ ବଢ଼ି ଯିବା ପାଇଁ ଇଶାରା କରୁଥିବା ବାବା ସାହେବଙ୍କୁ
କଷ୍ଟ ସବୁକୁ ସହି ମୋତେ ପଛରୁ ଆଗକୁ ଠେଲୁଥିବା ମଣିଷ ମୋ ବାପାକୁ
ଦିନେ ମୋତେ ମୋ ଆଙ୍ଗୁଠି ଧରି ବାଟ କଢ଼ାଉଥିବା ମଣିଷ ଆଜି ଦୁନିଆରେ ଏକୁଟିଆ ବାଟ ଚାଲିବା ପାଇଁ ଦୁରିଆ ଛାଡିଥିବା ମୋ ମାକୁ
ତା ନିଜ କାନ୍ଧକୁ ମଜବୁତ୍ କରିବା ପାଇଁ ମୋତେ ଶକ୍ତି ଦମ୍ଭ ଦେଉଥିବା ମୋ ଭାଇକୁ
ସବୁଦିନ ମୋତେ କଲ କରି ହରକତ କରି ଭଲ ମନ୍ଦ ବୁଝୁଥିବା ମୋ ଭଉଣୀକୁ
ମନେ ପକାଏ ସେଇ ମଣିଷକୁ ଯିଏ ହସି କୁହେ, ବେଟା tention mat le tera ho jaega
କାନ୍ଦିବାକୁ ଇଚ୍ଛା ହେଲେ କଲ କରିବୁ, ସାଙ୍ଗ ହେଇ କାନ୍ଦିବା କହୁଥିବା ମଣିଷ ମୋ ସାଙ୍ଗକୁ
ଏକୁଟିଆପଣରେ ଅସହାୟ ଅନୁଭବ କଲେ ମୋତେ ସାଥ ଦେଉଥିବା ମୋ ଦୁଇ ନୟନରୁ ଝରୁଥିବା ଦୁଇ ଅଶ୍ରୁଧାରକୁ
~ବିଷ୍ଣୁ କିଣି