ଅତୀତ
-ବିଷ୍ଣୁ ନାରାୟଣ ମହାନନ୍ଦ
ଅତୀତ ଗୋଟେ ଶବ୍ଦ
ଯହିଁଥାଏ ସ୍ମୃତିଭିଜା ଦିନ
ଅତୀତରେ ଥାଏ ଅନେକ ଅନୁଭୂତି
ଯାହାକୁ ଖୋଜୁଥାଏ ଏ ମନ ଦିନରାତି
ପ୍ରତି ନିଃଶ୍ବାସ ପ୍ରଶ୍ବାସର ମୂହୁର୍ତ୍ତରେ
ଆଉଥରେ ସେଇ ଅତୀତ ଆସନ୍ତା କି
ଜୀବନକୁ ମହକାନ୍ତା ଫୁଲର ମହକରେ
ଠିକ ତମେ ଆସିଥିଲ ମୋ ଜୀବନରେ
କୋଉ ଏକ ଅଜଣା ମୂହୁର୍ତ୍ତରେ
କୋଉ ଏକ ଦିଗନ୍ତରୁ ଉଡିଆସି
ହୃଦୟକୁ ଛୁଇଁଗଲ ଆଉ ରହିଗଲ ସ୍ପନ୍ଦନ ସାଜି
ସେବେଠୁ ଝୁରିମରେ ଏ ମନ ତୁମକୁ
ଆସିଥିଲ କୁହୁ କୁହୁ ତାନେ ବସନ୍ତରେ
ଶିଖେଇ ଥିଲ ଭାଷା,ପରିଭାଷା ବଞ୍ଚିବାର
ଭରିଦେଇଥିଲ ସ୍ନେହ ପ୍ରେମର ବାସ୍ନାରେ
କିନ୍ତୁ ଆଜି ଯେତେବେଳେ ତୁମକଥା ମନେପଡେ
ମୋ ଆଖି ଖୋଜେ ତୁମ ଆଖିକୁ
ଖୋଜେ ତୁମ ମଣିଷ ପଣିଆ ହୃଦୟକୁ
ପାଏନି,ଖୋଜିଚାଳେ ଛଳନାରେ ପରିପୂର୍ଣ୍ଣ ସହରରେ
ଅଥୟ ହୁଏ ଏ ମନ
ଛାତିପିଟେ,ପାଇବାକୁ ଆଉ ଗୋଟେ ହୃଦୟକୁ
କିନ୍ତୁ ଶବ୍ଦ କିନ୍ତୁରେ ରହିଯାଏ
ବସନ୍ତରେ ଆସି ଛୁଇଁଗଲା ପରି
ବର୍ଷାରେ ଫେରିଯାଅ ବିହଙ୍ଗ ପରି
ଚାଳିଗଲ ଦୂରେଇ ଦେଇ ଦୂର ରାଇଜକୁ
ମନେଇଲେ ବି ମାନୁନି ଏ ମନ,ଖୋଜୁଚି ତୁମକୁୁ
ଆଜି ଯେତେବେଳେ ବସନ୍ତ ଆସେ
ଖୁସି ବଦଳରେ ଦୁଃଖ ଆସେ ଜୀବନେ
ଯେତେବେଳେ ବର୍ଷା ପାଦ ଦିଏ ଏ ମାଟିରେ
ଶାନ୍ତି ବଦଳରେ ଯନ୍ତ୍ରଣା ସୃଷ୍ଟି ହୁଏ ଏ ହୃଦୟରେ
ଆଜି ବି ଅନେଇଛି ତୁମ ଫେରିବା ବାଟକୁ
ଫେରିଆସ ବସନ୍ତରେ,ସାଥିରେ ନେଇ ଆସ ଖୁସିକୁ
ସବୁବେଳେ ସବୁ ଋତୁରେ ଥିବ
ସାଥିରେ ରହିଥିବ ଆଉ ମହକାଉ ଥିବ ମୋ ଜୀବନକୁ।।
© ️ବିଷ୍ଣୁ ନାରାୟଣ ମହାନନ୍ଦ
---------○○○---------
-ଭଙ୍ଗା ହୃଦୟକୁ ନେଇ କଣ ବଞ୍ଚିହୁଏ।ପ୍ରତି ମୂହୁର୍ତ୍ତରେ ମରିବାକୁ ପଡେ ଘୃଣାର ନିଆଁରେ।ଠିକ ସେଇ ସମୟରେ ମୋ ତନୁ ମନରେ ପ୍ରେମର ରଙ୍ଗ ଲଗେଇ ଦେଇଥିଲ।ଶୁଣିଚି ଯୋଉଠି ଅଳ୍ପ ଟିକେ ଝଗଡା ହୁଏ,ପ୍ରେମ ଆହୁରି ଶକ୍ତ ହୁଏ। ମୋ ଅନ୍ତରରୁ ତମ ପ୍ରତି ଏମିତି ଖରାପ ଦୃଷ୍ଟିଭଙ୍ଗୀ ନାହିଁ,ତଥାପି ତମେ ମୋ ଠୁ ଦୂରେଇଗଲ।ଭାବିନଥିଲି ତମେ ମୋତେ ଅମାବାସ୍ୟାର ଅନ୍ଧକାର ରାତ୍ରୀରେ ଛାଡିଯିବ ବୋଲି।ଯଦି ମୋ #କଥା ତମ ହୃଦୟକୁ,ମନକୁ ଆଘାତ ଦେଇଥାଏ,ମୁଁ ଦୁଃଖିତ। ତମେ ମୋ ବର୍ତ୍ତମାନ ହେଇ ରହିଥିବ ଭାବୁଥିଲି ହେଲେ ତମେ ମୋ ଅତୀତ ହେଇ ରହିଗଲ। ଫେରି ଆସ #ପ୍ରକୃତି ପୁଣି ଥରେ ଆମେ ନୀଳ ଗଗନେ ଡେଣା ଝାଡି ଉଡିବା ଯୋଉଠି କେବଳ ପ୍ରେମ ଆଉ ଅସରନ୍ତି ଖୁସି ଥିବ।