( ବନ୍ଧୁ ଶିବୁ କୌଶଲ୍ୟା ପାଇଁ କେଇ ପଦ )
ତାଙ୍କୁ ନାଳନ୍ଦାରେ ଛତା ଦେଇଛି ପରିଚୟ
ସେ ସମୟକୁ ବିଲକୁଲ କରନ୍ତିନି ଅପଚୟ।
ମେଳାପୀ ମଣିଷ ସେ ନାଁ ତାଙ୍କରି ଶିବୁ
ସବୁ ପରିସ୍ଥିତିରେ ମନକୁ କରନ୍ତି କାବୁ।
ଶାରୀରିକ ସହ ଅଛି ତାଙ୍କ ଦୃଢ ମନୋବଳ
ପରିଶ୍ରମ ଦେଖି ଜଣା ପଡିଯାଏ ଭବିଷ୍ୟତ ଉଜ୍ଜଳ।
ମୁଲକି ହସିରେ ସୁନା ପରି ଝଳସେ ତାଙ୍କ ମୁଖ
ଏମିତି ସ୍ମିତହାସ୍ୟ ଦିଏ ଅନେକଙ୍କୁ ସୁଖ।
ତାଙ୍କ ପ୍ରତି ମିଠା କଥାରେ ଥାଏ ତାର୍କିକ
ଲୋକେ ମୁଗ୍ଧ ହୋଇ ହୁଅନ୍ତି ନିର୍ବାକ।
ରାୟଗଡା ତାଙ୍କ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ
ତାଙ୍କ ମନ ନିର୍ମଳ ଯେମିତି ଝରଣା ଜଳ।
ତାଙ୍କ ସହ ଏକାଠି ବିତେଇଛି ଅନେକ ଦିନ
ଦୂରକୁ ଚାଲିଗଲେ ବି ଦୂରେଇବନି ମନ।
~ବିଷ୍ଣୁ ମହାନନ୍ଦ