ସ୍ବାଦିଷ୍ଟ ବ୍ୟଞ୍ଜନ

 


ପ୍ରସ୍ତୁତ କରିଛ ସ୍ବାଦିଷ୍ଟ ବ୍ୟଞ୍ଜନ

କିଣି ନେଇଗଲ ଆମ ମନ।

ତମ ଖାଦ୍ୟରେ ରହିଛି କି ରୁଚି

ବୋଧେ ଲଗଉଛ ମସଲା ସୁରୁଚି।

ତମ ହାତରେ ରହିଛି କି ଯାଦୁ

ସର୍ବଦା ଲାଗେ ଖାଦ୍ୟ ସୁସ୍ବାଦୁ।

କୁଣିଆ ଖାଇ ହୁଅନ୍ତି ପ୍ରସନ୍ନ

ଯେବେ ବାଢିଦିଅ ଖୁସିରେ ଅନ୍ନ।

ସମସ୍ତେ ହୁଅନ୍ତି ଖାଇ ଖୁସି 

ଯେବେ ସଭେ ଏକତ୍ର ବସି।

( ଆମର ଆଜିର ମାଷ୍ଟର Chef ମାନକର ଲାଗି ପଦେ )

~ ବିଷ୍ଣୁ ମହାନନ୍ଦ


Post a Comment (0)
Previous Post Next Post