ଜୀବନ ଯୁଦ୍ଧ


 ଜୀବନ ଯୁଦ୍ଧ

---------------

ଏ ସମୟ ବି ବିଚିତ୍ର ନା

କେବେ ବନ୍ଧୁ ହେଇ ସାଥ ଦିଏ ତ

କେବେ ଶତ୍ରୁ ସାଜି ଯନ୍ତ୍ରଣା ଦିଏ

ଏ ବନ୍ଧୁ ଉପହାସ ଏଇଥି ପାଇଁ କରେ,

କେବଳ ଧୈର୍ଯ୍ୟର ସୀମା ଦେଖିବା ପାଇଁ।


ଧୈର୍ଯ୍ୟ ହାରେନି,

କଣ ପାଇଁ ଧୈର୍ଯ୍ୟ ହରା ହେବି ଯେ ?

ସାହସର ବୁଲେଟ ପ୍ରୁପ ଜ୍ୟାକେଟ ପିନ୍ଧି

ମୁଁ ବି ଓହ୍ଳେଇଯାଏ ସାମ୍ନା କରିବାକୁ

ଜୀବନର ରଣକ୍ଷେତ୍ରରେ।


ସବୁକ୍ଷେତ୍ରରେ 

ଯୁଦ୍ଧକରି ବିଜୟ ପାପ୍ତି ହୋଇପାରେନା

ଖୋଜେ ବୁଦ୍ଧଙ୍କୁ

ବୁଦ୍ଧଙ୍କ ପ୍ରେମରେ ଅଭିଭୂତ କରି

ବାଜି ମାରିନିଏ ଜୀବନର ମହାଯୁଦ୍ଧରେ।


ହାରିବା ଅଥବା ଜିତିବା ବଡ କଥା ନୁହେଁ

ବଡ କଥା ମଇଦାନରେ ଲଢିବା

ଜିତିଗଲେ ଆଲୋକ ଦେଖିବି ଜୀବନର

ହାରିଗଲେ ଶିଖିଯିବି ଜୀବନ ଜିଁଇବାର।


---------------------------

ସମୟ ଓଲଟା(anti-clock wise) ଚାଲୁଥିଲେ, କଲମ ହିଁ ସାଥ ଦିଏ ଏକାନ୍ତ ଜୀବନରେ ହୃଦୟର ସ୍ପନ୍ଦନ ଶୁଣିବା ପାଇଁ।

#ବିଷ୍ଣୁ ମହାନନ୍ଦ


Post a Comment (0)
Previous Post Next Post