ସେ ଵିଜ୍ଞାନ ର ଛାତ୍ରୀ ଆଉ ମୁଁ ଓଡିଆ ସାହିତ୍ୟରେ ରୁଚି ରଖୁଥିବା ଛାତ୍ର । ଦିନେ ତାକୁ ସନ୍ଧ୍ୟାରେ କଲେଜ କ୍ଯାମ୍ପସ ର ବେଞ୍ଚରେ ବସିଥିବା ସମୟରେ କହିଲି ଗୋଟେ ହାଲକା ସ୍ମିତ ହାସଟେ ଦେଇ, ଏ ତମ ଖୋସାରେ ମଲ୍ଲୀ ଗଜରାଟେ କେତେ ସୁନ୍ଦର ଦିଶୁଛି। ଯଦି ତମକୁ ଆକାଶରେ ଚମକୁ ଥିବା ତାରା ଫୁଲ ଆଉ ଚାନ୍ଦ ର ଟୁକୁଡା ଆଣି ଖୋସି ଦେବି ତମ ଖୋସାରେ ତୋ ଆହୁରି ଚମକି ଯିବ ଆଉ ତମେ ପରୀ ପରି ଦେଖା ଯିବ । ସେ ଟିକେ ରାଗରେ କହିଲା, ତମେ କବି ମାନେ ଏମିତି ମିଛି ମିଛିକା ସ୍ବପ୍ନ ଦେଖାଅ , ଅସମ୍ଭବ କଥା କହି ମନକୁ ଭୁଲାଅ । ମୁଁ ତା ଆଡକୁ ଟିକେ ନିରିଖେଇ ଚାହିଁ କହିଲି, ଏଇ କାଲି ଯୋଉ ଦର୍ଶନରେ ଯାଇଥିଲ , ସେଇ ଭଳି କେବେ ଡାକ୍ତରୀ ବିଜ୍ଞାନରେ ସର୍ଜରି ଦେଖିଛ, ଶୁଣିଛ, ଅଥବା ପଢିଛ କି ? Reproduction ବିଷୟରେ ତୋ ଜାଣିଛ। ଛୁଆ ଦେହର ମଇଳା ରୁ ଆଉ ଦଳିତ ପାଦରୁ ଜନ୍ମ ନିଏ କି ? ସେ ରାଗିକି କହିଲା, ତମେ ମୋ ଆସ୍ଥା ଆଉ ମୋ ବିଶ୍ବାସ ଉପରେ ପ୍ରଶ୍ନ କରୁଛ । ଯାଅ ମୁଁ ତମ ସହ କଥା ହେବିନି କହି ମୋ ଛାତିରେ ଦି ବିଧା କସି ଦେଇ ଚାଲିଗଲା । ଡିନର ପାଇଁ ବାର ବାର call କଲି ଆଉ message ବି କରିବା ସତ୍ବେ call ଉଠେଇଲାନି କି ଉତ୍ତର ଦେଲାନି । Dinner ପାଇଁ ବିଲକୁଲ Dinning Hall କୁ ଆସିଲାନି । ରାତି 10ଟାରେ Libraryରେ ତା ସାଙ୍ଗକୁ ପଚାରି ବୁଝି ଜାଣିବାକୁ ପାଇଲି ଯେ ସେ Mobile କୁ ଫୋପାଡି ଛାତି ଭରା ଦେଇ Bedରେ ଶୋଇଛି । ରାତି 10.30ରେ Campusରେ ଥିବା Amul Parlerରୁ ତା' Favourite Burger ଆଉ French Fries ପଠେଇଦେଲି ତା ସାଙ୍ଗ ହାତରେ । ତା ସାଙ୍ଗ ଦେଇକି ତାକୁ । ସେ ରାଗ ଗର ଗର ହେଇ Tableରେ ଥୋଇ ଦେବାକୁ କହିଲା। ସେଇଠି ସେମିତି ଖାଇବା ସବୁ ପଡିଥାଏ। ସୁ ସୁ ହେଇ ସେମିତି ରାତି 12 ଟା ଯାଏ କାନ୍ଦି କାନ୍ଦି ଶୋଇପଡ଼ିଲା । ସକାଳ 9 ଟାରେ କ୍ଳାସ ଯିବା ସମୟରେ ତା ବାବଦରେ ତା ସାଙ୍ଗକୁ ପଚାରିଲି। ସେ କହିଲା, ଖାଇବା ଜିନିଷ ସେମିତି ପଡି ରହିଛି , କ୍ଳାସ ପାଇଁ କହିଲାରୁ ଯିବିନି କହିଲା ଆଉ ସେମିତି ପଡିଥିଲା । Lunch ପାଇଁ call କଲାରୁ messageରେ କହିଲା Zomatoରୁ କିଛି ଖାଇ ନେଇଛି । ବୋଧେ ରାଗ ଅଭିମାନ ଅଛି ଭାବି Okay କହି Dinning Hall ଗଲି ଖାଇବା ପାଇଁ। ସନ୍ଧ୍ୟାରେ 6 ଟାରେ Research Proposal ଲେଖୁଥାଏ, ହଠାତ ମୋ Mobile ବାଜି ଉଠିଲା । ଦେଖିଲା ବେଳକୁ ଚିତ୍ରାର Phone Call । କଣ ହେଇଥିବ ଭାବି Call ଉଠେଇଲାରୁ କହିଲା, ଆଜି ବାହାରେ ଖାଇଲେ ହୁଅନ୍ତାଣି । 15 ମିନିଟ ଭିତରେ Library ସାମନାକୁ ଆସ, ମୁଁ ready ହେଇ ସାରିଲିଣି ବାସ shoe ପିନ୍ଧିଲେ ହେଲା । ମୁଁ ଭାବିଲି ସେ କିଛି କହିବା ପାଇଁ ଚାହୁଁଛି ବୋଧେ। Sorry କହିଲାନି କି କାଲି ଘଟିଥିବା ଘଟନା ବିଷୟରେ କିଛି କହିଲାନି ବରଂ ହଠାତ ଡାକିଛି ଭାବି 15 ମିନିଟ ପରେ Library ସାମନାକୁ ଆସିଲି । ସେ Hostel ସାମ୍ନାରେ ଅପେକ୍ଷା କରିଥିଲା। Hostel ଆଉ Library ସାମନା ସାମନି । ସେ ସିଧା ଆସି ମୋତେ କୁଣ୍ଡେଇ ପକେଇଲା ଜୋରରେ ଆଉ କହିଲା, Sorry ବିବେକ, ମୁଁ ତମକୁ ଭୁଲ ବୁଝିଥିଲି । ମୋ ଭୁଲ ପାଇଁ ମୁଁ ଅନୁତପ୍ତ। ଅନେକ କିଛି ତର୍କ ଆଉ ବିଶ୍ଳେଷଣ ନିଜ ସହ କଲା ପରେ ମୁଁ ଠିକ ଜାଣିପାରିଛି ଭୁଲ କଣ ଆଉ ଏ ସବୁ ପଛରେ ଥିବା ଶୋଷଣର ଚକ୍ରାନ୍ତ। ମୁଁ ଟିକେ ମୁରୁକି କହିଲି, ଆରେ ଏଥିରେ Sorry କହିବାର କଣ ଅଛି ଯେ, ତମେ ଠିକ କଣ ବୁଝିପାରିଛ ସେଇଟା ଯଥେଷ୍ଟ । ସେ କୃତଜ୍ଞତା ଜଣାଉଥିଲା, Thank You ବିବେକ ମୋତେ ଠିକ ଭୁଲ ନିର୍ଣୟ କରିବାରେ ପ୍ରମୁଖ ଭୂମିକା ନେଇଛ । ତା କଥା ମୁତାବକ ଆମେ ଚାଲି ଚାଲି ଗପି ଗପି ଗଲୁ Chembur Naka ରେ ଥିବା Chhote Nawab Restaurantକୁ । ଖାଇ ସାରିବା ପରେ ଟିକେ ତାର ଇଚ୍ଛା ହେଲା Beach ଟିକେ ବୁଲି ଆସିବା ପାଇଁ । ସେଠି ବହୁତ କଥା ହେଲୁ ମସ୍ତି କଲୁ ଯେ ରାତି 11 ହେଇଗଲା ଜଣା ପଡିଲାନି । ସେଇ ଭିତରେ ସେ ପ୍ରସ୍ତାବ ଦେଲା ଆସନ୍ତା ସପ୍ତାହରେ ଆମେ Airoli Dr Ambedkar Memorial ବୁଲି ଯିବା। ମୁଁ ହଁ କହି ମନେ ମନେ ଭାବିଲି ବୋଧେ ମୋ Instagram ରେ ଆମ ସେଠି ହେଇଥିବା ଫଟୋ ସବୁ ଦେଖିଥିବ । ବିଳମ୍ବିତ ରାତ୍ରିରେ ଆମେ campus ଆସିଲୁ । ମୁଁ campus ବାହାରେ ରୁହେ । ତାକୁ Hostel ନେଇ ଛାଡି ଆସିଲି । ତା ପର ଦିନ ସକାଳେ 8.20 ରେ ମୋ Mobile ରିଂ ବାଜି ଉଠିଲା, ଦେଖିଲା ବେଳକୁ ଚିତ୍ରା Call କରିଛି । Class ପାଇଁ ଆସିବା ପାଇଁ କହିଲା। ମୋ ରୁମଟା Campusକୁ 10 ମିନିଟ ଲାଗେ ଆଉ ଖାଇବା Campusରେ ଥିବା Dinning Hallରେ ହୁଏ । ଯେହେତୁ ମୋର dh Membership ଅଛି । ମୁଁ କହିଲି, ମୋର ବିଳମ୍ବ ହେବ ତେଣୁ ତମେ ଖାଇକି କ୍ଳାସ ଯାଅ । ସେ କହିଲା ବିଳମ୍ବ ହେଉ ପଛେ ମୁଁ ଅପେକ୍ଷା କରୁଛି ତମେ ଆସ ମିଶି କି Breakfast ଖାଇ କ୍ଳାସ ଯିବା। ମୁଁ ତରବରରେ ଫ୍ରେଶ ହେଇକି ଆସିଲି । dhରେ ଖାଇ ସାରିକି କ୍ଳାସ ଗଲା ବେଳେ ଲକ୍ଷ୍ୟ କରୁଥିଲି ତାକୁ, ସେ ତା ଗଳାରୁ ଲକେଟଟା କାଢି ନେଇଛି ଆଉ ତା ଗୋଡ଼ରୁ କଳା ସୂତାଟାକୁ ବି ।