ସ୍ମୃତି

 ଏ ସ୍ମୃତି ବି ଅଜବ

କେମିତି ଆଉ ରୋକିଥାନ୍ତି 

ସେଇ ଅତୀତର ମଧୁଭରା ସ୍ମୃତିକୁ।


ତାକୁ ଭେଟି, ତାକୁ ପାଇ

କାନ୍ଦିବି ନା ମନେପକାଇ ଖୁସି ହେବି

ନା ହୃଦୟରେ ଜମା ବାନ୍ଧିଥିବା ସ୍ମୃତି ସବୁକୁ 

ତା ସାମ୍ନାରେ ଖୋଲିବି।


ନା କହି ପାରିଲିନି ମନ କଥା

ନା ସ୍ମୃତିର ପସରାକୁ ମେଲି ପାରିଲି

ତା ସାମ୍ନାରେ 

ସ୍ମୃତିସବୁକୁ ମନେ ପକେଇ

ବାସ୍ ଛଳ ଛଳ ହେଇଗଲା ଆଁଖି ଦିଇଟା 

କାରଣ ସେ ହେଇ ଯାଇଥିଲା 

କାହାର ସ୍ତ୍ରୀ ତ ଆଉ କାହାର ବୋହୂ।


ଏ ରଙ୍ଗମଞ୍ଚରେ

ଅଭିନୟ ହିଁ କରିବାକୁ ପଡେ

ଦୁଃଖକୁ ହୃଦୟେ ଜଳାଞ୍ଜଳୀ ଦେଇ

ଓଠରେ ସ୍ମିତହାସ୍ୟ ଦେବାକୁ ପଡେ।


ସବୁ ସ୍ବପ୍ନ ସତ ହୁଏନି

କିଛି ରହିଯାଏ ଅଧା 

ମନକୁ ବୁଝାଇବାକୁ ପଡେ

କିଛି ନ ପାଇ ସୁଦ୍ଧା।

~ବିଷ୍ଣୁ 



Post a Comment (0)
Previous Post Next Post