ମୋ ଜୀବନ କିଟିକିଟି ଅମାବାସ୍ୟା ଅନ୍ଧାରରେ
ଚନ୍ଦ୍ରମାର ଜ୍ୟୋତ୍ସ୍ନାଟେ ହେଇଯା
ଶୀତୁଆ ସକାଳର ଘନ କୁହୁଡ଼ିର ରଙ୍ଗହୀନ ଜୀବନରେ
ବାଟ ଚାଲିବା ପାଇଁ ସାଥୀଟିଏ ହେଇଯା
କଳାହାଣ୍ଡି ରୁ ବମ୍ୱେ ଏକୁଟିଆ ଗଲା ବେଳେ
ଟ୍ରେନରେ ଭୂରୁଲ ଭୂରୁଲ୍ କଥା ହେବା ପାଇଁ ସହଯାତ୍ରୀଟେ ହେଇଯା
ହେଲେ ତୁ ତୋ
କୋରାପୁଟରେ ସ୍ଵର୍ଗର ରାଜକୁମାରୀ
ଆଉ ଏଠି ମୁଁ
କଳାହାଣ୍ଡି ମାଟିରେ ଗାଉଁଳିଆ ଟୋକା।
ଫେରିଆ
ଆମେ ବଞ୍ଜର ଭୂଇଁରେ ମଚାଟେ ଗାଡ଼ିବା
ସେଇ ଭୁଇଁରେ ରଙ୍ଗ ବେରଙ୍ଗ ଫୁଲ ଫୁଟେଇ
ଦୁନିଆକୁ ମହକେଇବା।
ବାସି, ଭେଜା ଚଟନି, ଚିଟକା ଆଊ ଆଳୁ ଭଜାରେ
ଆମେ ଆମ ଦେଶିଆ ଜୀବନ ଜିଁ ଦିନ ଆରମ୍ଭ କରିବା।
ଶିକ୍ଷାର ଦୀପ ଜାଳି ବାଟ ଚାଲିବା।
ଆମେ ଆମ ବଗିଚାର ଫୁଲ ପରି ହସି
ଅନ୍ୟମାନଙ୍କ ମୁହଁରେ ହସ ଭରିବା।
ଆଉ ଜାଣିଚୁ
ଜାତିବାଦ ଆଉ ଅନ୍ଧବିଶ୍ୱାସର ଶିକୁଳିକୁ
ଉଇଲ ଡାଲ ପରି ଟିକ୍ ଟିକ କାଟି ଭାଜି ଖାଇବା।
~ବିଷ୍ଣୁ