ସ୍ବପ୍ନ ଦେଖିବାର ଥିଲା
ଆଉ ସେଇ ସ୍ବପ୍ନ ସବୁକୁ ରୂପ ଦେବାର ବି ଥିଲା
ଏଇ ସ୍ବପ୍ନ ନଗରୀରେ।
କାନ୍ଦିବାର ଥିଲା
ଆଉ ନୀରବରେ କାନ୍ଦି କାନ୍ଦି ବାଟ ଚାଲିବାର ବି ଥିଲା
ଏଇ ମହଙ୍ଗା ସହରରେ।
ହସିବାର ବି ଥିଲା
ଆଉ ଶତାବ୍ଦୀରେ ଶୁଖି ଯାଇଥିବା ଚେହେରା ସବୁରେ
ହସ ଫୁଟାଇବାର ବି ଥିଲା
ଏଇ ଦଦରା ହୃଦୟର ସାହାରାରେ।
ପଛକୁ ତୋ ଫେରିବାର ନାଁ ହିଁ ନାହିଁ
ଆଗକୁ ପାଦ ବଢ଼େଇବାରେ ପାଦେ ପାଦେ କଣ୍ଟା
ପଛରେ ଭରପୁର ଅନ୍ଧକାର
ଆଉ ଆଗରେ କଣ୍ଟା ଡେଇଁ ଗଲେ ଜୀବନର ସୂର୍ଯ୍ୟାଲୋକ।
ନୀରବି ଯାଇଥିବା ରାତି
ହେଲେ ମୋ ହୃଦୟରେ
କ୍ରନ୍ଦନରୁ ସୃଷ୍ଟି କମ୍ପନ ଆଉ କୋଳାହଳ।
.................
~ବିଷ୍ଣୁ