No title

 ଆମେ ଯେତେବେଲେ ଦଶମରେ ଥିଲୁ,ମୋ ପୁଅ ସାଙ୍ଗଟେ କହୁଥିଲା ମୁଁ ମାଓବାଦୀ ହେବି,ଅନ୍ୟାୟ କରୁଥିବା ବ୍ୟକ୍ତି ବିଷେଶକୁ ଶେଷ କରିଦେବି।

ଏବେ ସାତ ବର୍ଷ ହେଇଗଲାଣି।କିଛିଦିନ ତଳେ ଜଣେ ଝିଅ ସାଙ୍ଗ ମୋତେ ପଚାରିଲା,"ସିଏ ଆଜିକାଲି କଣ କରୁଚି?"।ମୁଁ କହିଲି,"ଗୋଟାଏ ବଡ university ରେ PG କରୁଛି?" ସେ ବଡଟେ ହସ ହସିଲା ଆଉ କହିଲା,"ମାଓବାଦୀ ହେଇନି,ଭଲ ହେଲା।"
ଝିଅ ସାଙ୍ଗ ଆଉ ମୁଁ ମିଶିକି ଖିଲଖିଲେଇ ହସିଲୁ।
(ଏଠି ସେମାନଙ୍କ ନାଁ mention କରିବିନି)
Post a Comment (0)
Previous Post Next Post