No title

 ସାଂପ୍ରତିକ ସମାଜରେ ମଣିଷ ନିଜର ବିବେକ ହରେଇ ବସେ।ଜାତି ତୋଡୋ ଜାତି ତୋଡୋ,ଜାତି,ଜାତକ,ଯୌତୁକ ବିହୀନ ସମାଜର ଭାଷଣ ବାଜି କରନ୍ତି।ହେଲେ କାଇଁ ନିଜ ଜୀବନରେ ତ ପାଲନ କରି ପାରନ୍ତିନି ।ହିନ୍ଦୁ ସାମାଜିକ ବ୍ୟବସ୍ଥାରେ ଝିଅ ଗୋଟିଏ ବସ୍ତୁ ହେଇଯାଇଛି।ସମାଜ କାଳ ସାଜେ ସେଇ ଝିଅଟେ ପାଇଁ ଯିଏ ଗରିବ ଶବ୍ଦ ମୁଣ୍ଡେଇ ଯୌତୁକ ନେବାରେ ଅସମର୍ଥ ହୁଏ।କଣ ଗରିବ ଝିଅଟି ରଙ୍ଗୀନ ସ୍ବପ୍ନ ଦେଖିବାର ଅଧିକାର ନାହିଁ???ହଁ ନାହିଁ ଏ ତଥାକଥିତ ହିନ୍ଦୁ ସମାଜର ଋଢିବାଦୀମାନଙ୍କ ପାଇଁ।ଯୋଉ ପ୍ରକିୟା ସମାଜ ପାଇଁ ଗୁରୁତ୍ବପୂର୍ଣ୍ଣ ଝିଅମାନଙ୍କ ପ୍ରଥମ ମାସିକ ଧର୍ମକୁ ନେଇ ଅନେକ ଗଜବ ପରମ୍ପରା ଏଠି।ପଣ୍ଡିତଙ୍କ ପାଖକୁ ଯାଇ ଜାତକ/ପାଞି ଦେଖାଯାଏ।ଆଉ ଏଇଠୁ ହୁଏ ଝିଅର ଗୁଣ କେମିତିଆ।ପୁଣି ସେଇ ପ୍ରଥମ ମାସିକ ଧର୍ମର ଦସ୍ତାବିଜକୁ ବିବାହ ପାଇଁ ଅନ୍ୟକୁ ଦିଆଯାଏ।ଏଠି ତ ଅନ୍ୟ ଜାତିର ଝିଅ ପୁଅକୁ ବାହା ହେଲେ ଲୋକଲଜ୍ଜା ସମାଜ ମୁଣ୍ଡେଇ ଦିଏ।

ଏକବିଂଶ ଶତାବ୍ଦୀରେ ପାଦ ଦେଇଛୁ ସତ,ବିଜ୍ଞାନର ଅନେକ ବରଦାନକୁ ଆମେ ଉପଭୋଗ କରୁଛୁ ସତ ହେଲେ ଆମେ ବିଚାରଶୀଳ ହେଇପାରିନୁ।ଆମେ କେତେ ନ୍ୟୁନ ଏଥିରୁ ଅନୁମେୟ।ଛି ଆମ ମାନସିକତାକୁ ବିଜ୍ଞାନ ଯୁଗରେ ଥାଇ ବି।
ଉପାଡି କି ଫିଙ୍ଗିଦିଅ ସେଇ ସଂସ୍କୃତି,ପରମ୍ପରାକୁ ଯାହା ମାନବ ସମାଜର ବିକାଶ କରେନେ,ବିକାଶ କରିବାରେ ପ୍ରତିବନ୍ଧକ ସାଜେ।
ବିଷ୍ଣୁ ମହାନନ୍ଦ
Post a Comment (0)
Previous Post Next Post