ବୋଧେ ଭୁଲ ହେଇଗଲା
--------------------------
ବସନ୍ତରେ ଖିଲଖିଲେଇ ଯାଏ ମନଟା
ଅବରୁଦ୍ଧ କଥାଗୁଡାକ ବାହାରିବାକୁ ଚେଷ୍ଟା କରେ
ମନର କଥା ପ୍ରକାଶ କରେ ଏ ହୃଦୟ
ଯାହା ତୁମ ଇଙ୍ଗିତରୁ ବାରି ହେଇପଡେ
ତୁମ ନିକଟରେ ମନର ଭାବ ପ୍ରକାଶ କରିବାଟା
ବୋଧେ ଭୁଲ୍ ହେଇଗଲା।
ବସନ୍ତର ସେଇ ପୂର୍ଣ୍ଣମୀରେ
ଡେବ୍ରିଗଡର ସେଇ ଉଡ୍ କଟେଜରେ
ଏକୁଟିଆ ନିର୍ଭୀକ ଭାବେ ତୁମ ସହ ଗପିବା
ତୁମ ଚକ୍ ଚକ୍ କିରଣରେ
ମୁଁ ବି ଚକ୍ ଚକ୍ କରୁଥିଲି
ହେଲେ ତୁମକୁ ଭଲପାଏ ବୋଲି କହିବାଟା
ବୋଧେ ଭୁଲ୍ ହେଇଗଲା।
କୋରାପୁଟର ସେଇ ଝରଣାର
ଗୁଣ ଗୁଣେଇ ଗାଉଥିବା ଗୀତ
ଶୁଣିବାକୁ ଭଲ୍ ଲାଗୁଥିଲା
ହେଲେ ପ୍ରଶଂସା କରି କିଛି ଅଧିକା କହିଦେବାଟା
ବୋଧେ ଭୁଲ ହେଇଗଲା।
ପୂର୍ଣ୍ଣିମାର ଚନ୍ଦ୍ରମା କେଡେ ମନଲୋଭା ସତେ
ଏ ହୃଦୟେ ଆଙ୍କି ହୋଇଯାଏ ଚିତ୍ର ତା'ର
ମନ ମୋହିନିଏ ଶାନ୍ତ ସୌମ୍ଯ ଶୀତଳ କିରଣ
ଭଲପାଏ ତୁମକୁ ଜ୍ୟୋତ୍ସ୍ନା
ଆପଣେଇ ନିଏ ହେଲେ ଧରାଦିଅନି କି ଛୁଇଁହୁଅନି
ହଁ ଜ୍ୟୋତ୍ସ୍ନା ତୁମକୁ ଭଲପାଇବାଟା
ବୋଧେ ଭୁଲ୍ ହେଇଗଲା।
ପ୍ରେମଋତୁ ଋତୁରାଜ ବସନ୍ତ ନା
ହେଲେ ମୋ ପାଇଁ ବିଚ୍ଛେଦର ଋତୁ
ଗଲା ବସନ୍ତରେ ଆସିଥିଲ
ମୋ ଜୀବନେ ବାସନ୍ତି ସାଜି
ହେଲେ ଏଇ ବସନ୍ତରେ ଚାଲିଗଲ
ବିଶ୍ବାସରେ ଜହର ଦେଇ
ହଁ ସେଇଥିପାଇଁ ତୁମକୁ ଭଲ୍ ପାଇବାଟା
ବୋଧେ ଭୁଲ୍ ହେଇଗଲା
ହଁ ଭୁଲ୍ ହେଇଗଲା।।