ତୁମ ସାଥେ ପ୍ରଥମ ଦେଖା
----------------------------
କିଏ ଜାଣିଥିଲା କିଏ ଭାବିଥିଲା
ଅଜଣା ପଥେ ହେବ ଦେଖା
ନା ମୁଁ ଭାବିଥିଲି ନା ତମେ ଭାବିଥିଲ
ଦୁହିଁଙ୍କ ଭିତରେ ଟାଣିହବ ଏକ ସଂଯୋଗରେଖା।
ହୃଦୟର ମଣିଷ ଭାବିନଥିଲି ତୁମକୁ
ଏକ ବନ୍ଧନରେ ବାନ୍ଧିହେବ ବୋଲି
ନା ତମେ ଭାବିଥିଲ ନା ମୁଁ ଭାବିଥିଲି
ମୋ ମନ ତମେ ଟାଣିନେବ ବୋଲି।
ସାଥି ତମେ ଆଙ୍କିଦେଇଥିଲ
ନୁଆଁ ଦୁନିଆର ରଙ୍ଗୀନ ସ୍ବପ୍ନ
ମିଠା ମିଠା ତୁମ ହାତର ସ୍ପର୍ଶରେ
ହୃଦୟରେ କଲ ଏକ ମଞି ରୋପଣ।
ନିଃଶ୍ବାସେ ପ୍ରଶ୍ବାସେ ତମେ ଅଛ ବୋଲି
ବଞ୍ଚିପାରୁନି ମୁଁ ଗୋଟିଏ ମୂହୁର୍ତ୍ତ
କ୍ଷଣଟିଏ ଦୂର ହେଇଗଲେ ତୁମ ବିନା
ମରିଯିବି ବଞ୍ଚିପାରିବିନି ମୁଁ ତ ।
ଏସବୁ ହୁଏ ଜୀବନେ ଅନେକ ଥର
କିଏ ଲିଭେଇଥାନ୍ତା ହୃଦୟେ ମୋ,ତୁମ ନାମଲେଖା
ଜୀବନ ପଥେ ବଞ୍ଚିଅଛି ସାଥି
ଯେବେ ତୁମ ସାଥେ ହେଲା ପ୍ରଥମ ଦେଖା।।