ସ୍ବପ୍ନା
--------
ସ୍ବପ୍ନା ତୁମେ ଅଛ ବୋଲି
ସପନରେ ତୁମକୁ ଖୋଜେ
ହେଲେ ପାଇହୁଏନି
ଦୂରେ ଥାଇ ଖାଲି ହସୁଥାଅ ।।
ସତରେ ନୁହେଁ
ଖାଲି କରିହୁଏ ତୁମକୁ କଳ୍ପନା ।।
ପାଖେ ଥିଲେ ସୁନ୍ଦର ଦିଶ
ଦୂରକୁ ଗଲେ
ହେଇଯାଅ ମହାକାଶର ଚନ୍ଦ୍ରମା ।।
ଶୀତଳ କିରଣ ଭଲ ଲାଗେ ସିନା,
ହେଲେ...
ମଣିଷଟିଏ ଛୁଇଁପାରେନି ଜମା ।।
ସ୍ବପ୍ନରେ ବେଳେ ଭଲ ଲାଗ ସ୍ବପ୍ନା
ଆଉ ଲାଗ ମତେ ସରଗର ପରୀ
ହେଲେ....ନିଦ ଭାଙ୍ଗିଗଲେ
ସ୍ବପ୍ନରୁ ତୁମେ ଯାଅ ଅପସରି ।
ନିଃଶ୍ବାସେ ପ୍ରଶ୍ବାସେ ପ୍ରତି ମୂହୁର୍ତ୍ତେ
ଖୋଜେ ମୁଁ ତୁମକୁ
ହୃଦୟର ଟିକିଏ ପାଖକୁ
ହେଲେ ତୁମେ
ହୃଦୟକୁ ଛୁଅଁନି କି ଧରା ଦିଅନି
କେବଳ ରଙ୍ଗୀନ କରାଅ
ମୋ ସବୁଦିନ ରାତିର ସ୍ବପ୍ନକୁ।