#ଭୂତ , #ସେଇଭୂତ, #ଏଇଭୂତ

 #ଭୂତ , #ସେଇଭୂତ, #ଏଇଭୂତ

ଯେତେବେଳେ ମୁଁ ଛୋଟ ଥିଲି ବୁଢିମା ଦିନେ ଗପ ଶୁଣେଇଲା ଶେଷରେ କହିଥିଲା ରାତ୍ରୀରେ ଜୋର୍ ରେ କୁକୁର ଭୁକିଲେ ଜାଣିବ ଭୂତ କିମ୍ବା ଚୋର ଆସିଚି।
ଆଜି କିନ୍ତୁ ବୁଢିମା ଆଉ ଏ ଦୁନିଆରେ ନାହିଁ,ଦୁଇବର୍ଷ ହେଲା ସେ ଚାଲିଗଲାଣି।ମୁଁ ଗୋଟିଏ କାମ ପାଇଁ ଚେଇଁଛି, ସମୟ 1.40 ମିନିଟ।କବାଟ ଖୋଲି ବାହାରକୁ ଯାଇଥାଏ,କିଟିମିଟି ଅନ୍ଧାର ସାଙ୍ଗକୁ ନିସ୍ତବ୍ଧ ରାତି।ହଠାତ୍ 10-12ଟି କୁକୁର ଜୋରରେ ଭୁକିବାକୁ ଲାଗିଲେ।ଦେହ ଶିତେଇ ଗଲା।ମନେପଡିଗଲା ଭୂତ କଥା।ଭୂତକୁ ବିଶ୍ବାସ କରେନି ତଥାପି ଡର ଲାଗିଲା,ଏକୁଟିଆ ଅଛି।ତରବର ହେଇ କବାଟ ଦେଇ ବେଡକୁ ଆସିଲି।ବେଡରେ ଗଡିଗଲି,ନିଦ ହେଲାନି।ଭାବନା ଭିତରେ ଆଖି ଆଗରେ ଆଈ ନାଚିଗଲା,ଡର ଲାଗିଲାନି,ଟିକେ ଆଶ୍ବସ୍ତି ଲାଗିଲା।
ଯାହା 20ବର୍ଷ ଭିତରେ ଅନୁଭବ କରିଛି ଆଉ ନାସ୍ତିକଟେ ବୋଲି "ସେଇ ଭୂତ" ମାନେ କିଛି କରନ୍ତିନି,ଯାହା ନିଜକୁ ଡର ଲାଗେ।କିନ୍ତୁ "ଏଇ ଭୂତ" ବଡ ବିଚିତ୍ର,ଟାଇଫଏଡ ଠୁ ବି ସାଙ୍ଘାତିକ,ସାଙ୍ଘାତିକ ମାନେ ଶକ୍ତ🤔 ଅତି ବିଶ୍ବାସ କରେ।ଥରେ ଲାଗିଗଲେ ହୃଦୟ ଆଉ ମନରେ ବସା ବାନ୍ଧି ରହିଯାଆନ୍ତି।ବେଳେବେଳେ #Bewajah ହୃଦୟକୁ ଆକ୍ତାମାକ୍ତା କରିପକାନ୍ତି।ବେଳେବେଳେ #Begunah ମଣିଷର ହୃଦୟକୁ ଚୋରି କରିନିଅନ୍ତି।ସେମାନଙ୍କ କଥା ନ ମାନିଲେ କେତେକ "ଏଇ ଭୂତ" ପ୍ରଭାବ ପକେଇ ସାରିଥିବା ମଣିଷକୁ ସମାଜ ଆଗରେ #Gunehgar ସଜେଇ ଦିଅନ୍ତି।
"ଏଇ ଭୂତ" ମାନଙ୍କୁ କେହି ଗୁଣିଆ ଛଡେଇପାରନ୍ତିନି।ନିଜେ ହିଁ ଡାହାଣୀ ଆଉ ଗୁଣିଆ।
✍ବିଷ୍ଣୁ ନାରାୟଣ ମହାନନ୍ଦ
Post a Comment (0)
Previous Post Next Post