#ଶ୍ରଦ୍ଧାଞଳୀ_ସଞଳୀ

 #ଶ୍ରଦ୍ଧାଞଳୀ_ସଞଳୀ

-ବିଷ୍ଣୁ ନାରାୟଣ ମହାନନ୍ଦ
ଜଳିଗଲୁ ହୁତୁ ହୁତୁ ହେଇ
ରୁଗଣ ମାନସିକତାର ନିଆଁରେ
ଜାଳିଦେଲେ ଜଣେ ନିଷ୍ପାପ ଝିଅକୁ
ସତେ ଦେଖେଇଦେଲେ ପୁରୁଷପଣିଆକୁ !
ଇଏ କଣ ପୁରୁଷପଣିଆ ?
ନାରୀକୁ ପେଟ୍ରୋଲ ଜାଳି
ନାରୀକୁ ବଳାତ୍କାର ଆଉ ଗଣଦୁଷ୍କର୍ମ କରି।।
କୋଉ ଅମରତ୍ବ ପାଉ ଯେ
ନାରୀ ବକ୍ଷର ଦୁଇ ମାଂସ ପିଣ୍ଡୁଳାକୁ ଝୁଣି ଖାଇ
କୋଉ ବିଜୟ ପାଉ ଯେ
ସୃଷ୍ଟି ସର୍ଜନାର ପ୍ରତୀକ
ନାରୀ ଜନନାଙ୍ଗକୁ
କିଛି ମୂହୁର୍ତ୍ତର
ଦେହର ଭୋକ ମେଣ୍ଟେଇବାକୁ
କିଲବିଲ କରୁ।।
ଛି !ତମମାନଙ୍କ କୁତ୍ସିତ ମାନସିକତାକୁ
ପୁରୁଷପଣିଆ ଜାହିର କରିବାର ଅଛି ତ
ଶିଖି ନେ ନାରୀକୁ ସମ୍ମାନ,ମାକୁ ସମ୍ମାନ।।
ଖାଲି ଜାଳିଦେଲନି ସଂଜଳୀକୁ
ଜାଳିଦେଲ ନାରୀ ସମାଜକୁ
ନାରୀର ଇଚ୍ଛା,ଅଭିଳାଷ,ଆତ୍ମସମ୍ମାନକୁ।।
ନାରୀର ସ୍ବାଧିନତା
କ'ଣ ତୁମକୁ ଭଲ ଲାଗେନି ?
ଭଲ ଲାଗେନି କି ?
ନାରୀ ବଞ୍ଚିବାର,ସ୍ବପ୍ନ ଦେଖିବାର।।
ହଁ ଭଲ ଲାଗେନି ବୋଲି ତ
ପେଟ୍ରୋଲ ଢାଳି ଜାଳିଦେଲ ସଞଳୀକୁ
ହଁ ଜାଣେ-
ତୁମ ମାନସିକତାକୁ
ତୁମ ମନ ମସ୍ତିଷ୍କ ସେଇଥିରେ ଗଢା ନା
ଧର୍ମ ଆଉ ଧର୍ମଗ୍ରନ୍ଥର
ସେଇ ନାରୀ ବିରୋଧି ଉପାଦାନରେ।।
କ'ଣ ସେମାନେ ବଞ୍ଚି ପାରିଥାନ୍ତେ
ତୁମ କବଳରୁ
ଆଗ୍ରାର ସଞଳୀ
ଆଉ ବଲାଙ୍ଗୀରର ସ୍ନେହଲତା
ଆଉ କେତେ କେତେ ସଞଳୀ ସ୍ନେହଲତା।।
କଣ ତୁମେ କଳ୍ପନା କରି ପାରିବ କି
ନାରୀ ବିନା
ସୃଷ୍ଟିର ସର୍ଜନାକୁ।।
ଏଇ ମହମବତୀ ଜାଳିବାରେ
ଶାନ୍ତି ନା ନ୍ୟାୟ ପାଇବ ସଞଳୀ
ଜାଳିବାର ଅଛି ତ
ଜାଳିଦିଅ ସେଇ ଆତତାୟୀକୁ,
ଦଣ୍ଡ ଦେବାର ଅଛି ତ
ଫାଶି ଖୁଣ୍ଟରେ ଝୁଲେଇ ଦିଅ
ସେଇ ରୁଗଣ ମାନସିକତାଧାରୀ ପୁରୁଷକୁ
ଯାହା ନିକଟରେ ସଞଳୀ ପଡିଥିଲା ବଳି
ଏହା ହେବ ସଞଳୀ ପ୍ରତି ଉତ୍ତମ ଶ୍ରଦ୍ଧାଞଳୀ।।
ଆତତାୟୀମାନଙ୍କୁ
ଜାଳି ଦେଲେ
ଫାଶି ଖୁଣ୍ଟରେ ଝୁଲେଇ ଦେଲେ
ଡରିବେ ତୁମ ପରି ଆତତାୟୀମାନେ
ଥରି ଉଠିବେ ତମ ପରି ଆତତାୟୀମାନେ।।
ଆଉ ଏକୁଟିଆ ବାଟ ଚାଲିବେ ସଞଳୀମାନେ
ଡରିବେନି ସଞଳୀମାନେ
ଆକାଶରେ ଉଡିବେ ସଞଳୀମାନେ
ନିଜ ବହି ଭିତରେ ଲୁଚେଇଥିବା ସ୍ବପ୍ନସବୁକୁ
ସାକାର କରିବେ ସଞଳୀ ମାନେ।
Post a Comment (0)
Previous Post Next Post