#Remembering_Jejema

 #Remembering_Jejema

ଅନ୍ଧାର ଦୁନିଆ,ଦୁନିଆ ତ ଅନ୍ଧାର ନୁହେଁ,ତା ପାଇଁ ଦୁନିଆ ଅନ୍ଧାର ହେଇ ଯାଇଥିଲା।10ବର୍ଷ ଅନ୍ଧାର ଭିତରେ ରହି ସବୁଦିନ ପାଇଁ ନିରବି ଯାଇଥିଲା ଏ ଦୁନିଆରୁ।
ଦେଢ ବର୍ଷ ବିତି ଯାଇଛି।ଅନ୍ଧବିଶ୍ବାସରେ ମୁଁ ବିଶ୍ବାସ କରେନି ତଥାପି ତା ଚେହେରା ଜଳ୍ ଜଳ୍ ହେଇ ମୋ ଆଖି ସାମ୍ନାରେ ଉଙ୍କି ମାରୁଛି।ଦୂରେ ଥାଇ କହୁଛି ଆ ଧନ ପାଖକୁ ଟିକେ,ତୋ ହାତ ଟିକେ ଛୁଏଁ ତୁ ଏ ଭିତରେ ବହୁତ ବଡ ହେଇ ସାରିଥିବୁ।ଏତିକି ବେଲେ ନିଃଶବ୍ଦରେ ହୃଦୟ ଫଟେଇ ବାହାରେ ନୟନ ଯୁଗଳୁ ଲୁହତକ।
ମଣିଷ ଆଜି ଯନ୍ତ୍ର ସହ ମିଶି ଯନ୍ତ୍ରବତ୍ ହେଇଗଲାଣି।ହେଲେ ତୁ ପାଦରେ ଚାଲି ଚାଲି ଖରା ବର୍ଷା ଶୀତ କାକର ସହି 10 ପ୍ରାଣୀ କୁଟୁମ୍ବଙ୍କ ପେଟରେ ଦାନା ଦେଉଥିଲୁ।ହଠାତ୍ ତୋ ଜୀବନେ ଝଡ ଆସିଗଲା।ଆଖି ଝାପସା ଦେଖାଗଲା।ବାପା ଅନେକ ହସ୍ପିଟାଲ ଦେଖେଇଲେ।ନିରାଶ ହେବାକୁ ପଡିଲା,ଆଖି ଆଉ ଠିକ ହେଲାନି,ସବୁଦିନ ତୋ ପାଇଁ ଦୁନିଆ ଅନ୍ଧାର ହେଇଗଲା,ତୁ ଅନ୍ଧ ହେଇଗଲୁ।
ଛୁଆବେଲେ ଅନେକ କାହାଣୀ କହି ଦେଇଛୁ।ଯେହେତୁ ସବୁଠୁ ସାନ ଥିଲି,ଖୁଚୁରା ଟଙ୍କା,ଖଉ ଗୁଲଗୁଲା ଲୁଚେଇ ଆଣି ଦଉଥିଲୁ।ଭଲ ପାଇବା ବୋଧେ ରକ୍ତରେ ଥିଲା ସେଇଥିପାଇଁ ଦେଖିପାରୁ ନ ଥିବା ବେଲେ ବି କେବଳ ଛୁଇଁବାକୁ ଆକୁଳ ହେଇ ଡାକ ପକଉଥିଲୁ। ସେଇ ସ୍ମୃତିସବୁ ମନେ ପଡିଗଲେ ନିଃଶବ୍ଦରେ ଲୁହ ଝରି ଛାତି ତଳ ଓଦା ହେଇ ଯାଏ।
ମୁଁ ଆଉ କଣ କରିପାରିଥାନ୍ତି ତୋ ପାଇଁ,ମାନସିକ ପରିପକ୍ୱ ହେଇ ନ ଥିଲି ଆଉ ଗୋଟେ ପଟ ଗରୀବି ର ପରିଧି ଭିତରେ ବଞ୍ଚିବାକୁ ହେଉଥିଲା।
Post a Comment (0)
Previous Post Next Post